ଜେଇଇ ମେନ୍-୨ରେ ୯୯ ପ‌ର୍ସେଣ୍ଟାଇଲ୍ ଉପରେ ଓଡିଏମ୍‌ର ୨୨ ଜଣ

ଭୁବନେଶ୍ବର: ଜେଇଇ ମେନ୍ -୨ ପରୀକ୍ଷାରେ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍ ସ୍କୁଲ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲର ୬୮ ଜଣ ଛାତ୍ରଛାତ୍ରୀ ଅଭୂତପୂର୍ବ କୃତିତ୍ବ ହାସଲ କରିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସହିତ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୧୭ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍ ଉପରେ ଏବଂ ୪୦ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲ୍ ଉପରେ ରହିଛନ୍ତି। ସେହିଭଳି ଓଡିଏମ୍‌ ଗ୍ଲୋବାଲ ସ୍କୁଲର ଛାତ୍ର ଦେବାଶିଷ ପଣ୍ଡା ୯୯.୯୫ ପର୍ସେଣ୍ଟାଇଲ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ପାଇଥିବାବେଳେ ୫ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ ଉପରେ ଏବଂ ୬ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲ ଉପରେ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଏମ୍‌ ଶିକ୍ଷା ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଓଓ) ସ୍ବୟନ୍‌ ସତ୍ୟେନ୍ଦୁ, ଅନ୍ୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜେଇଇ-ଆଡଭାନ୍ସ ପାଇଁ ପୂର୍ଣ୍ଣ ସଫଳତା କାମନା କରିଥିଲେ। ଉପସ୍ଥିତ ଅଭିଭାବକ ଓ ଅଧ୍ୟାପକମାନଙ୍କୁ ମଧ୍ୟ ଅଧ୍ୟକ୍ଷ ଡ. ‌ମୀନକେତନ ସେମାନଙ୍କ ନିଷ୍ଠା ଓ ଅବଦାନ ପାଇଁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର