କୋଲକାତା: କୋଲକାତାରେ ପ୍ରତିବର୍ଷ ଧୁମ୍ଧାମ୍ରେ ଦୁର୍ଗାପୂଜା ପାଳିତ ହୋଇଥାଏ। ଚଳିତବର୍ଷ ସନ୍ତୋଷ ମିତ୍ରା ଛକ ପୂଜା ପେଣ୍ଡାଲର ୮୨ତମ ବର୍ଷ ପୂର୍ତି ଅବସରରେ ମା’ ଦୁର୍ଗାଙ୍କୁ ୨୨କିଲୋର ସୁନାର ଶାଢି ପରିଧାନ କରାଯାଇଛି। ଯାହାକି ଚର୍ଚ୍ଚାର ପରିସରରେ ରହିଛି। ୨୨ କ୍ୟାରେଟ ସୁନା ଜରିରେ ଏମ୍ବ୍ରୋଏଡାରି ହୋଇଥିବା ମା’ଙ୍କ ଏହି ସୁନ୍ଦର ଶାଢିକୁ ତିଆରି କରିବା ପାଇଁ ଡିଜାଇନର ଅଗ୍ନିମିତ୍ର ପାଲ ଓ ୫୦ଜଣ କାରିଗରଙ୍କୁ ୨ମାସ ସମୟ ଲାଗିଥିଲା। ଏହି ଶାଢି ପାଇଁ ପ୍ରାୟ ୬କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି।
ସାଢ଼େ ୬କୋଟି ଟଙ୍କାର ଶାଢ଼ି ପିନ୍ଧିଲେ ମା’ ଦୁର୍ଗା
/sambad/media/post_attachments/wp-content/uploads/2017/09/santosh-gold-sari-detail_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)