ତୈଳ କ୍ଷେତ୍ର ପାଇଁ ୨୩ ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ: ଆବିଷ୍କାର ହୋଇଥିବା କ୍ଷୁଦ୍ର କ୍ଷେତ୍ର ବା ଡିସ୍‌କଭରଡ୍‌ ସ୍ମଲ୍‌ ଫିଲ୍ଡ (ଡିଏସ୍‌ଏଫ୍‌)ର ଦ୍ବିତୀୟ ପର୍ଯ୍ୟାୟ ନିଲାମକୁ ନେଇ ଆଜି ୨୩ଟି ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ମୋଟ ୧୫ଟି କଂପାନି ସହ ଚୁକ୍ତିନାମା ହୋଇଥିବା ବେଳେ ସେଥି ମଧ୍ୟରୁ ୮ଟି ହେଉଛନ୍ତି ନୂତନ କଂପାନି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ କଂପାନିକୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ଉତ୍ପାଦନ ବଢ଼ିଲେ ଦେଶର ତୈଳ ନିର୍ଭରଶୀଳତା ହ୍ରାସ ପାଇବ ଓ ଦେଶର ଆବଶ୍ୟକତା ସହଜରେ ପୂରଣ କରାଯାଇପାରିବ। ଆମ ସରକାର ରାଜସ୍ବ ବୃଦ୍ଧି ଅପେକ୍ଷା ଉତ୍ପାଦନ ବୃଦ୍ଧିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର