ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବରରେ ସୋନାଲିକା ଟ୍ରାକ୍ଟର୍ସ ୧୨,୮୯୧ ଟ୍ରାକ୍ଟର ବିକ୍ରି କରିଛି ଯାହା ୨୦୨୨ରେ ହୋଇଥିବା ୧୦,୪୬୪ ଟ୍ରାକ୍ଟର ତୁଳନାରେ ୨୩ ପ୍ରତିଶତ ଅଧିକ। ଏଥି ସହିତ ଟ୍ରାକ୍ଟର ବଜାରର ୧୬.୩ ପ୍ରତିଶତ ଅଂଶକୁ କଂପାନି ହାସଲ କରିଛି। ଲାଗାତର ସପ୍ତମ ବର୍ଷ ଲାଗି ସୋନାଲିକା ପକ୍ଷରୁ ଗୋଟିଏ ଆର୍ଥିକ ବର୍ଷରେ ଏକ ଲକ୍ଷରୁ ଅଧିକ ଟ୍ରାକ୍ଟର ବିକ୍ରି ମାଇଲଖୁଣ୍ଟ ମଧ୍ୟ ହାସଲ କରାଯାଇଛି। ଏହି ଅବସରରେ କଂପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ ଶିଳ୍ପର ଅଭିବୃଦ୍ଧିଠାରୁ ଆଗକୁ ବଢ଼ି ୨୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାରୁ ଆମେ ବେଶ ରୋମାଞ୍ଚିତ। ଚଳିତ ବର୍ଷ ମାତ୍ର ୮ ମାସ ଭିତରେ ଆମେ ଏକ ଲକ୍ଷରୁ ଅଧିକ ଟ୍ରାକ୍ଟର ବିକ୍ରି କରିବା ସଫଳତା ପାଇଛୁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp