୨୩ ରାଜ୍ୟ ନେଲେ ୧.୦୬ ଲକ୍ଷ କୋଟି ଅତିରିକ୍ତ ଋଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ଓ ପ୍ରୋତ୍ସାହନ ପଦକ୍ଷେପ ଯୋଗୁଁ ଗତ ଆର୍ଥିକ ବର୍ଷରେ ୨୩ଟି ରାଜ୍ୟ ୧.୦୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ୍‌ରେ ଏହା ଲେଖିଛନ୍ତି। ସେ ଜଣାଇଛନ୍ତି ଯେ ଏହା କେନ୍ଦ୍ର-ରାଜ୍ୟ ଭାଗିଦାରୀ ଯୋଗୁଁ ସମ୍ଭବ ହୋଇଛି। ଏଭଳି ଆହ୍ବାନପୂର୍ଣ୍ଣ ସମୟରେ ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏହି ସୁବିଧା ହାସଲ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଅନେକ ଜଟିଳ ଆହ୍ବାନ ଥିବା ଭଳି ଏକ ବଡ଼ ଦେଶ ଭାରତରେ ଏହା ଏକ ସ୍ବତନ୍ତ୍ର ଅନୁଭୂତି ବୋଲି ସେ କହିଛନ୍ତି।

ଏହାର ଫଳ ସ୍ବରୂପ ୨୦୨୦-୨୧ରେ ରାଜ୍ୟଗୁଡ଼ିକୁ ଋଣ ପାଇଁ ଦିଆଯାଇଥିବା ଅନୁମତି ଜିଏସ୍‌ଡିପିର ୪.୫%ରେ ପହଞ୍ଚିଛି। ୨୦୨୦ ମେ’ରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ରାଜ୍ୟଗୁଡ଼ିକୁ ଜିଏସ୍‌ଡିପିର ଅତିରିକ୍ତ ୨% ଋଣ କରିବାକୁ ଅନୁମତି ଦିଆଯାଇଥିଲା। ଅବଶ୍ୟ ୧% ଋଣ ପାଇଁ କିଛିଟା ସର୍ତ୍ତ ରହିଥିଲା। ଏହି ପ୍ରୋତ୍ସାହନ ଭିତ୍ତିକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଅଧିକାରୀମାନେ ଏହି ନୀତି ତିଆରି କରିବାରେ କାମ କରିଥିଲେ ସେମାନେ କହିଛନ୍ତି ଯେ ଅତିରିକ୍ତ ପାଣ୍ଠିର ପ୍ରୋତ୍ସାହନ ବିନା ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ବର୍ଷ ବର୍ଷ ସମୟ ଲାଗିଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର