୩୯ ଟଙ୍କାରେ ଜି ର ୨୩ଟି ଚ୍ୟାନେଲ ଉପଲବ୍ଧ ହେଉଛି

ମୁମ୍ବାଇ : ଜି ଦେଶର ଏକ ନମ୍ବର ଟେଲି ଭିଜନ ଚ୍ୟାନେଲ ଗ୍ରାହକଙ୍କ ଏକ ସ୍ମାର୍ଟ ପସନ୍ଦ ପାଲଟି ପାରିଛି । ଏବେ ଏହାର ଜି ଫ୍ୟାମିଲ୍ ପ୍ୟାକରେ ୨୩ଟି ଚ୍ୟାନେଲ ୩୯ ଟଙ୍କାରେ ଉପଲବ୍ଧ ହେଉଛି । ଗ୍ରାହକ ନିଜ ପସନ୍ଦର ଚ୍ୟାନେଲ ଚୟନ କରିବାର ସୁଯୋଗ ଏହି ନୂତନ ନିୟମ ଦ୍ୱାରା ପାଇପାରୁଛନ୍ତି । ଏହାର ମଲ୍ଟି- ଅବତାର ଓ ମଲ୍ଟି- ରିଜିଓନାଲ ଅଭିଯାନ ଭାରତରେ ଭିନ୍ନତାରେ ଏକତା ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରିଛି । ଏହା ଦ୍ୱାରା ଅଲ୍ଲୀ ଫୈଜାଲ, ଅଖିଳ ଆୟାର, ସିଦ୍ଧାର୍ଥ ମେନନ୍, ହିତେଶ୍ ମୁଲଖାନୀ ପ୍ରଦୁମ୍ନ ସିଂ ବିଭିନ୍ନ ରିଜିଓନାଲ ଚ୍ୟାନେଲରେ ଦର୍ଶକଙ୍କ ପାଖରେ ପହଂଚିପାରୁଛନ୍ତି । ଦୀର୍ଘଦିନର ରିସର୍ଚ୍ଚ ପରେ ଜି ପକ୍ଷରୁ ଏହି ଫ୍ୟାମିଲି ପ୍ୟାକ୍ ପ୍ରସ୍ତୁତ କରାଯାଇଛି । ଏହାର ଶ୍ରେଷ୍ଠ କାର୍ଯ୍ୟକ୍ରମ ଗୁଡ଼ିକ ୮୫ ପ୍ରତିଶତ ଦର୍ଶକ ପ୍ରତିଦିନ ଦେଖିଥାନ୍ତି । ଗ୍ରାହକଙ୍କ ସୁବିଧା ଜି ପକ୍ଷରୁ “ ଚ୍ୟାନେଲ କା ଚୁନାବ୍-୨୦୧୯” ଅଭିଯାନ ଆରମ୍ଭ ହୋଇଛି । ଏହା ଘର ଘର ବୁଲି ସଂଗ୍ର କରାଯାଇଥିବା ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି ।

ଜି ନେଟ୍ ୱାର୍କର ମଲ୍ଟି- ଅବତାର ଓ ମଲ୍ଟି- ରିଜିଓନାଲ ଅଭିଯାନ ସମ୍ପର୍କରେ ଡିଜିଟାଲ, ରେଡିଓ ଏବଂ ପ୍ରିଂଟ୍ ପ୍ଲାଟଫମରେ ଉପଲବ୍ଧ କରାଯିବ । ଏହା ସହିତ ନିୟମିତ ମିଡ଼ିଆ, ସୋସିଆଲ୍ ମିଡ଼ିଆରେ ମଧ୍ୟ ଏହି ଅଭିଯାନ ସମ୍ପନ୍ନ ହେବ ।

ଜି ପ୍ରାଇମ୍ ପ୍ୟାକ୍ ତାମିଲ୍-ଏସଡିର ମୂଲ୍ୟ ୧୦ଟଙ୍କା ରହିଛି । ଏଥିରେ ୮ଟି ଚ୍ୟାନେଲ୍ ଯୋଗାଇ ଦିଆଯିବ । ସେହିଭଳି ଜି ଫ୍ୟାମିଲି ପ୍ୟାକ୍ ହିନ୍ଦୀ ଏସଡିର ମୂଲ୍ୟ ୩୯ ଟଙ୍କା ରହିଛି । ଏଥିରେ ୨୩ ଚ୍ୟାନେଲ ଉପଲବ୍ଧ ହେବ । ସେହିପରି ଜି ଅଲ୍ ଇନ୍-ୱାନ୍ ଏସଡି ପ୍ୟାକ୍ର ମୂଲ୍ୟ ୫୯ ଟଙ୍କା ରହିଛି । ଏଥିରେ ୨୬ ଚ୍ୟାନେଲ ଉପଲବ୍ଧ ହେବ । ଜି ପ୍ୟାକ୍ ଇଂଲିଶ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ, ତାମିଲ୍, ତେଲୁଗୁ, କନ୍ନଡ଼, ମାଲାୟଲମ୍ ଆଦି ୧୧ଟି ଭାଷାରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର