ମୁମ୍ବାଇ: ରିଲାଏନ୍ସ ରିଟେଲ୍ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ମୋଟ ୬୭,୬୨୩ କୋଟି ଟଙ୍କାର ରାଜସ୍ୱ ଆୟ ଏବଂ ୨୪୦୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ରିଲାଏନ୍ସ ରିଟେଲ ୭୮୯ଟି ନୂଆ ଷ୍ଟୋର ଖୋଲିଛି। ଫଳରେ ଡିସେମ୍ବର ଶେଷସୁଦ୍ଧା ମୋଟ ଷ୍ଟୋର ସଂଖ୍ୟା ୧୭,୨୨୫ରେ ପହଞ୍ଚିଛି। କମ୍ପାନିର ପଞ୍ଜିକୃତ ଗ୍ରାହକ ସଂଖ୍ୟା ପୂର୍ବବର୍ଷ ତୃତୀୟ ତ୍ରୟମାସ ତୁଳନାରେ ୩୦ ପ୍ରତିଶତ ବୃଦ୍ଧିପାଇ ୨୩୫ ନିୟୁତରେ ପହଞ୍ଚିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି, ରିଟେଲ ବ୍ୟବସାୟରେ ଆଉ ଏକ ତ୍ରୟମାସରେ ମଜଭୁତ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଅଧିକରୁ ଅଧିକ ଭାରତୀୟ ରିଲାଏନ୍ସ ରିଟେଲ ଷ୍ଟୋରରେ କିଣାକିଣିକୁ ପସନ୍ଦ କରୁଛନ୍ତି।
ରିଲାଏନ୍ସ ରିଟେଲ୍ର ୨୪୦୦ କୋଟି ନିଟ୍ ଲାଭ
/sambad/media/post_attachments/wp-content/uploads/2021/05/reliance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)