ମୁମ୍ବାଇ : ଆସନ୍ତା ଡିସେମ୍ବରରୁ ଲୋକମାେନ ୨୪ ଘଣ୍ଟିଆ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ ସେଟେଲ୍ମେଣ୍ଟ୍) ସୁବିଧା ପାଇପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ପ୍ରତିମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ସମେତ ରବିବାରଗୁଡ଼ିକୁ ବାଦ ଦେଲେ ବର୍ତ୍ତମାନ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସୁବିଧା ବ୍ୟାଙ୍କରେ ମିଳୁଛି। ଗତବର୍ଷ ଡିସେମ୍ବରରୁ ବ୍ୟାଙ୍କ ମାଧ୍ୟମରେ ୨୪ ଘଣ୍ଟିଆ ଏନ୍ଇଏଫଟି ସେବା ଯୋଗାଇ ଦିଆଯାଉଥିବାବେଳେ ଆସନ୍ତା ଡିସେମ୍ବରରୁ ୨୪ ଘଣ୍ଟିଆ ଆରଟିଜିଏସ ସେବା ମିଳିବ। ଏହି ପଦକ୍ଷେପ ଫଳରେ ବିଶ୍ବର କେତୋଟି ହାତଗଣତି ଦେଶ ମଧ୍ୟରେ ଭାରତ ସାମିଲ ହୋଇପାରିବ ବୋଲି ମୁଦ୍ରାନୀତି କମିଟି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଗତବର୍ଷ ଡିସେମ୍ବରରୁ ରିଜର୍ଭ ବ୍ୟାଙ୍କ ଉଭୟ ଆରଟିଜିଏସ ଓ ଏନଇଏଫଟି ଉପରୁ ଆଦାୟ କରୁଥିବା ଶୁଳ୍କକୁ ଛାଡ଼ କରି ଦେଇଛି। ଉଲ୍ଲେଖଯୋଗ୍ୟ, ଏନଇଏଫଟି ମାଧ୍ୟମରେ ଲୋକମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ସ୍ଥାନାନ୍ତର କରି ପାରୁଥିବାବେଳେ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅର୍ଥରାଶି ସ୍ଥାନାନ୍ତର ଆରଟିଜିଏସ ମାଧ୍ୟମରେ କରାଯାଇଥାଏ। ଏହାଦ୍ବାରା ଟଙ୍କା ପ୍ରେରଣ ସହଜ ହେବ।
ଡିସେମ୍ବରରୁ ୨୪ ଘଣ୍ଟିଆ ଆର୍ଟିଜିଏସ୍ ସୁବିଧା
/sambad/media/post_attachments/wp-content/uploads/2020/10/rtgs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)