ନୂଆଦିଲ୍ଲୀ: ଡିଜିଟାଲ୍ ଜଗତରେ ଅଧିକ ସକ୍ରିୟ ରହୁଥିବା ଭାରତୀୟଙ୍କ ପାଇଁ ଆର୍ଥିକ ଠକେଇର ଶିକାର ହେବା ବିପଦ ଅଧିକ ରହିଛି। ଏକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଅନଲାଇନ୍ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।
ଅନଲାଇନ୍ରେ କାରବାର କରୁଥିବା ବେଳେ ୨୪% ଭାରତୀୟ ଠକେଇର ଶିକାର ହୋଇଛନ୍ତି। ଟେଲିକମ୍, ବ୍ୟାଙ୍କ ଓ ଖୁଚୁରା କ୍ଷେତ୍ରରେ କାରବାର କରିବା ବେଳେ ସେମାନେ ଏହି ଠକେଇ ସାମ୍ନା କରିଛନ୍ତି।
ଏକ୍ସପେରିଆନ୍ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ସର୍ଭେରେ କୁହାଯାଇଛି ଯେ, ଭାରତୀୟମାନେ ଅତି ସହଜରେ ନିଜର ବ୍ୟକ୍ତିଗତ ତଥ୍ୟ ଅନ୍ୟଙ୍କୁ ଦେଇଦିଅନ୍ତି। ୫୦% ଭାରତୀୟ ବ୍ୟାଙ୍କକୁ ନିଜ ତଥ୍ୟ ଅତି ସହଜରେ ଦେଇଦିଅନ୍ତି। କିନ୍ତୁ ବ୍ରାଣ୍ଡେଡ୍ ରିଟେଲର୍ମାନଙ୍କୁ ସହଜରେ ତଥ୍ୟ ଦଅନ୍ତି ନାହିଁ। ଡିଜିଟାଲ୍ ଜଗତରେ ସକ୍ରିୟ ଥିବା ୬୫% ଲୋକ ମୋବାଇଲ୍ ପେମେଣ୍ଟ୍ ବ୍ୟବହାର କରୁଛନ୍ତି। କାରଣ ଏହା ସେମାନଙ୍କ ପାଇଁ ବହୁତ ସହଜ। ବିଭିନ୍ନ ସେବା ହାସଲ କରିବା ପାଇଁ ୫୧% ଭାରତୀୟ ଅତି ସହଜରେ ନିଜର ବ୍ୟକ୍ତିଗତ ତଥ୍ୟ ସେବା ପ୍ରଦାନକାରୀଙ୍କୁ ଦେଇଦିଅନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ଭାରତ ସମେତ ୧୦ଟି ରାଷ୍ଟ୍ରରେ ଅନଲାଇନ୍ ଜରିଆରେ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ଲୋକମାନଙ୍କ ମତାମତକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
୨୪% ଭାରତୀୟ ଆର୍ଥିକ ଠକେଇର ଶିକାର
/sambad/media/post_attachments/wp-content/uploads/2018/06/money-04-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)