ଲୋକସେବା ଭବନରେ ମଞ୍ଜୁର ହେଲା ୨୪୩୫ କୋଟିର ପ୍ରକଳ୍ପ

ଭୁବନେଶ୍ବର: ସରକାର ଆଜି ୨୪୩୫.୫୭ କୋଟି ଟଙ୍କାର ୧୦ଟି ପିୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୪୩୨ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। ଲୋକସେବା ଭବନ ଠାରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜଗତସିଂହପୁରରେ ଆଇଅନ୍ ଏକ୍ସଚେଞ୍ଜ୍‌ ୧୬୬ କୋଟି ଟଙ୍କା ବିନିଯୋଗରେ ଏକ ରସାୟନ କାରଖାନା ସ୍ଥାପନ କରିବ। ‌‌ସେହିପରି କଳିଙ୍ଗନଗର ଠାରେ ରତ୍ନମଣି ମେଟାଲ୍‌ସ ଆଣ୍ଡ୍‌ ଟ୍ୟୁବ୍‌ସର ୧୫୬ କୋଟି ଟଙ୍କା, କସିକା ମେଟାଲିକ୍‌ର ୫୦୪ କୋଟି ଟଙ୍କା ଓ ବିକେ ଇସ୍ପାତର ୧୯୬ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଳିଙ୍ଗନଗର ଠାରେ ଟିଏମ୍ ଇଣ୍ଟରନ୍ୟାସନାଲ୍ କଂପାନି ୩୫୨.୫୦ କୋଟି ଟଙ୍କା ବିନିଯୋଗରେ ଲଜିଷ୍ଟିକ୍‌ ପାର୍କ ସ୍ଥାପନ କରିବ। କଳିଙ୍ଗ ନଗର ଠାରେ କମଳଜିତ ଆଲୁୱାଲିଆ କଂପାନିର ୫୯୩.୬୭ କୋଟି ଟଙ୍କାର ଇସ୍ପାତ କାରଖାନା ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ଆଜି ମଞ୍ଜୁରି ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ରେ ସୁଜର ପ୍ରଡକ୍ଟର ୫୦.୨୫ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ ସମ୍ପ୍ରସାରଣ, ବୌଦ୍ଧ, ବରଗଡ଼, ବଲାଙ୍ଗୀର ଜିଲ୍ଲାରେ ଆଦିତ୍ୟ ବିର୍ଲା କଂପାନିର ୩୫୨.୫୦ କୋଟି ଟଙ୍କାର ସୌର ଶକ୍ତି ପ୍ରକଳ୍ପ, ଗଞ୍ଜାମ୍‌ରେ ଏନ୍‌ଏଚ୍‌ପିସିର ୧୯୬ କୋଟି ଟଙ୍କାର ସୌର ଶକ୍ତି ପ୍ରକଳ୍ପ ଏବଂ ବାଲେଶ୍ବର‌ରେ ହାଇଲ୍ୟାଣ୍ଡ୍‌ ଆଗ୍ରୋ କଂପାନିର ୫୩.୦୮ କୋଟି ଟଙ୍କାର ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର