ନୂଆଦିଲ୍ଲୀ: ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ରହିଥିବା ବାସଗୃହ ସମସ୍ୟାକୁ ଦୂର କରିବା ପାଇଁ ‘ଆଇକନ୍’ ନାମକ ଏକ ଥ୍ରିଡି ପ୍ରିଣ୍ଟିଂ ସଂସ୍ଥା ନୂତନ ପ୍ରକଳ୍ପ ପ୍ରଦର୍ଶନ କରିଛି। କଂପାନି ଏକ ସୁଲଭ ଗୃହର ମଡେଲ୍ ଉପସ୍ଥାପନ କରିଛି। ଏହି ଘରକୁ ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ। ସେଥିରେ ଅଢ଼େଇ ଲକ୍ଷ ଟଙ୍କା ପାଖାପାଖି ଖର୍ଚ ହେବ। ଏହାର ନାମ ରଖାଯାଇଛି ଭ୍ରାମ୍ୟମାଣ ଥ୍ରିଡି ସୁଲଭ ଓ ସୁରକ୍ଷିତ ବାସଗୃହ। ଏହାର କେବଳ ନମୁନା ପ୍ରସ୍ତୁତ କରାଯାଇଛି। ଏହି ନମୁନା ଉପରେ ପରୀକ୍ଷା ନିରୀକ୍ଷା ଚାଲୁ ରହିଛି। ଯଦି ପରୀକ୍ଷଣ ସଫଳ ହେବ ତେବେ ବର୍ତମାନ ସାରା ବିଶ୍ୱରେ ବାସହରା ରହିଥିବା ୧୦୨ କୋଟି ଲୋକଙ୍କୁ ସୁବିଧାରେ ଘର ଯୋଗାଇ ଦିଆଯାଇପାରିବ। ଆମେରିକାର ଟେକ୍ସାସ୍ ସହରରେ ଆଇକନ୍ ପକ୍ଷରୁ ଥ୍ରିଡି ପ୍ରିଣ୍ଟେଡ୍ ଘରକୁ ପ୍ରଦର୍ଶିତ କରାଯାଇଛି। ଏହାକୁ ୬୦୦-୮୦୦ ବର୍ଗଫୁଟରେ ନିର୍ମାଣ କରାଯାଇଛି। ଏହା ଏକ ମହଲା ବିଶିଷ୍ଟ ଘର। କଂପାନିର ଥିବା ଭଲକାନ୍ ଥ୍ରିଡି ପ୍ରିଣ୍ଟର୍ ସହାୟତାରେ ଏହି ଘର ୨୪ ଘଣ୍ଟା ଭିତରେ ତିଆରି କରାଯାଇପାରିବ। ଏହି ଘର ସୁରକ୍ଷା, ଆରାମ ପ୍ରଦାନ କରିବ ଏବଂ ଏହାର ସ୍ଥାୟିତ୍ୱ ମଧ୍ୟ ଭଲ ରହିବ। ପାଣି, ପାଉଡର୍ ଏବଂ ଶ୍ରମ ଭିତ୍ତିଭୂମିର ସମସ୍ୟା ଥିବା ସ୍ଥାନରେ ମଧ୍ୟ ସୁବିଧାରେ ଏହି ଘର ତିଆରି କରାଯାଇପାରିବ। ନିଉ ଷ୍ଟୋରି ନାମକ ଏକ ଲାଭ ଚାହୁଁନଥିବା ସଂସ୍ଥା ସହଯୋଗରେ କଂପାନି ପକ୍ଷରୁ ଏହି ଘର ତିଆରି କରିବା ପ୍ରୟାସ କରାଯାଉଛି।
ଚବିଶ ଘଣ୍ଟାରେ ଘର: ଅଢ଼େଇ ଲକ୍ଷ ଖର୍ଚ ହେବ
/sambad/media/post_attachments/wp-content/uploads/2018/03/ICON-New-Story-3D-Printed-Home-Austin-600x480.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)