ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଠାରୁ ଅନିର୍ବାର୍ଯ୍ୟ କାରଣ ବିନା ପାଓ୍ଵାର୍ କଟ୍ କରୁଥିବା ବିଜୁଳି ବିତରକମାନଙ୍କ ଉପରେ ସରକାର ଜରିମାନ କରିବାକୁ ଯୋଜନା କରୁଛନ୍ତି। ଏହାଛଡ଼ା ବିଜୁଳି ଚୋରି ରୋକିବାକୁ ପ୍ରିପେଡ୍ କିଂବା ସ୍ମାର୍ଟ ମିଟର୍ ଇନ୍ଷ୍ଟଲ୍ କରିବାକୁ ବିତରକ କମ୍ପାନିମାନଙ୍କ ପ୍ରତି ଧ୍ୟତାମୂଳକ କରାଯିବ। ସରକାରଙ୍କ ୧୬୦୦୦ କୋଟି ଟଙ୍କାର ସୌଭାଗ୍ୟ ଯୋଜନାର ଅଂଶବିଶେଷ ଭାବେ ଏହି ପଦକ୍ଷେପ ଗ୍ରହଣ କରାଯିବ। ୨୦୧୮ ସୁଦ୍ଧା ସମସ୍ତଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ପାଇଁ ସେପ୍ଟେମ୍ବର ମାସରେ ଏହି ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଶକ୍ତି ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ପରେ ଏ କଥା ଗୁରୁବାର ଦିନ ଶକ୍ତିମନ୍ତ୍ରୀ ଆର୍ କେ ସିଂହ କହିଛନ୍ତି।
ସମସ୍ତଙ୍କୁ ଚବିଶଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା, ୯୦% ପ୍ରିପେଡ୍ ମିଟର୍ ବସାଇବା ଏବଂ ଗ୍ରାହକମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ବେନିଫିଟ୍ ଟ୍ରାନ୍ଫର୍ କରିବା ପାଇଁ ଅଧିକାଂଶ ରାଜ୍ୟ ରାଜି ହୋଇଥିବା କଥା ମନ୍ତ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/61977004.jpg)