ଭୁବନେଶ୍ବର : ଚଳିତ ବର୍ଷ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକରେ ବିର୍ଲା କର୍ପୋରେସନର ରାଜସ୍ବରେ ୨୫% ବୃଦ୍ଧି ହୋଇଛି। ସିମେଣ୍ଟ୍ ଚାହିଦା ଦୁର୍ବଳ ରହିବା ଓ ବିଭିନ୍ନ କଞ୍ଚାମାଲ ମହଙ୍ଗା ହୋଇଥିବା ସତ୍ତ୍ବେ କଂପାନି ଏହି ସଫଳତା ହାସଲ କରିଛି। ଏହି ସମୟରେ କଂପାନିର ମୋଟ ରାଜସ୍ବ ୨,୨୧୮.୦୬ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ସେହି ସମୟରେ ୧,୭୫୮.୪୧ କୋଟି ଟଙ୍କା ଥିଲା। ଆଲୋଚ୍ୟ ତ୍ରୈମାସିକରେ କଂପାନି ଇବିଆଇଟିଡିଏ ୨୭୩.୬୧ କୋଟି ଟଙ୍କା, ନଗଦ ଲାଭ ୨୦୩.୩୨ କୋଟି ଟଙ୍କା ଓ ନିଟ୍ ଲାଭ ୬୧.୯୨ କୋଟି ଟଙ୍କା ରହିଛି। ଟନ୍ ପିଛା କଂପାନିର ଇବିଆଇଟିଡିଏ ୬୪୫ ଟଙ୍କା ହୋଇଛି। ଚଳିତ ବର୍ଷ ଏପ୍ରିଲ୍ ୩୦ରୁ କଂପାନି ମହାରାଷ୍ଟ୍ରର ମୁକ୍ତାବନ କାରଖାନାକୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କଂପାନି ଏହି କାରଖାନାରେ ବ୍ରେକ୍ ଇଭେନ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି କାରଖାନାର ଉତ୍ପାଦନ କ୍ଷମତାକୁ ମଧ୍ୟ କଂପାନି ପର୍ଯ୍ୟାୟକ୍ରମେ ବୃଦ୍ଧି କରିବ।
ବିର୍ଲା କର୍ପୋରେସନ ରାଜସ୍ବରେ ୨୫% ବୃଦ୍ଧି
/sambad/media/post_attachments/wp-content/uploads/2022/08/birla.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)