ତେଜସ୍ ଏକ୍ସପ୍ରେସ ଯାତ୍ରୀଙ୍କୁ ମିଳିବ ୨୫ ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଲକ୍ଷ୍ନୌ ମଧ୍ୟରେ ଆସନ୍ତା ଅକ୍ଟୋବରରୁ ‌ତେଜସ୍ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହେବା ଯୋଜନା ରହିଛି। ଏହାର ପରିଚାଳନା ଆଇଆରସିଟିସି କରିବ। ଏହାପରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଦ୍ବିତୀୟ ‌ତେଜସ୍ ଟ୍ରେନ୍ ଚଳାଚଳ କରିବ। ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅନେକ ଆକର୍ଷଣୀୟ ସୁବିଧା ମିଳିବ। ସେଗୁଡ଼ିକ ମଧ୍ୟରେ ୨୫ ଲକ୍ଷ ଟଙ୍କାର ମାଗଣା ଯାତ୍ରା ବୀମା, ଟ୍ରେନ୍ ଭିତରେ ସୂଚନା ଓ ମନୋରଞ୍ଜନ ସେବା,‌‌ ଡୋରଷ୍ଟେପ୍ ବ୍ୟାଗ ସଂଗ୍ରହ, ସ୍ଥାନୀୟ ଖାଦ୍ୟ ଆଦି ସୁବିଧା ମିଳିବ।

ସମ୍ବନ୍ଧିତ ଖବର