ନୂଆଦିଲ୍ଲୀ: ଦେଶରେ ସୁନା ମୂଲ୍ୟ ଏବେ ୬୦ ହଜାର ଟଙ୍କା ଅତିକ୍ରମ କରିଛି। ଏଭଳି ସ୍ଥିତିରେ ପୁରୁଣା ସୁନାର ବିକ୍ରି ମଧ୍ୟ ବଢ଼ିଛି। ଗତବର୍ଷ ତୁଳନାରେ ପୁରୁଣା ସୁନା ବିକ୍ରି ଏବେ ୨୫ ପ୍ରତିଶତ ଅଧିକ ରହିଛି ବୋଲି ଗହଣା ବିକ୍ରେତା ଏବଂ ସୁନା କାରିଗରମାନେ ମତ ଦେଇଛନ୍ତି। ମୂଲ୍ୟବୃଦ୍ଧି ଫଳରେ ପୁରୁଣା ସୁନା ବିକ୍ରିରେ ଅତି ଅଧିକ ବୃଦ୍ଧି ଘଟିଛି। ଦକ୍ଷିଣ ଭାରତରେ କିଛି ଗ୍ରାହକ ପୁରୁଣା ଗହଣା ବଦଳାଇ ନୂଆ ଗହଣା କିଣୁଛନ୍ତି। ଏଥିସହିତ କିଛି ବ୍ୟକ୍ତି ସେମାନଙ୍କ ସୁନା ଗହଣା ବିକ୍ରି କରି ଅର୍ଥ ନେଉଛନ୍ତି ବୋଲି ଗୋଲ୍ଡ ରିଫାଇନର୍ସ ଆଣ୍ଡ ମିଣ୍ଟ୍ସ ସଂଘର ପୂର୍ବତନ ସଂପାଦକ ଜେମ୍ସ ଜୋସ କହିଛନ୍ତି।
ପୁରୁଣା ସୁନା ବିକ୍ରିରେ ୨୫ ପ୍ରତିଶତ ବୃଦ୍ଧି
/sambad/media/post_attachments/wp-content/uploads/2023/01/gold_prices_1664861697952_1664861698154_1664861698154.jpg)