ଭାଙ୍ଗିଗଲା ୨୫ ବର୍ଷର ବାହାଘର

‌ବେଜୋସ୍‌ ଓ ମାକେଞ୍ଜିଙ୍କ ମଧ୍ୟରେ ଗଭୀର ପ୍ରେମ ସମ୍ପର୍କ ଥିଲା। ନ୍ୟୁୟର୍କରେ ଉଭୟଙ୍କ ପ୍ରଥମ ଭେଟ ହୋଇଥିଲା। ‌ହେଜ୍ ଫଣ୍ଡ୍‌ ଭୂମିକା ପାଇଁ ମାକେଞ୍ଜିଙ୍କ ସାକ୍ଷାତକାର ନେଇଥିଲେ ବେଜୋସ୍। ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା। ଉଭୟଙ୍କ କାର୍ଯ୍ୟାଳୟ ପାଖାପାଖି ରହିଥିଲା। ୧୯୯୩ ମସିହାରେ ଦୁହେଁ ବିବାହ କରିଥିଲେ। ବିବାହର ବର୍ଷକ ପରେ ସିଆଟଲ୍‌ ଚାଲିଯାଇଥିଲେ ଓ ସେଠାରେ ଆମାଜନ୍‌କୁ ପ୍ରତିଷ୍ଠା କରିଥିଲେ। ତାଙ୍କର ଚାରି ସନ୍ତାନ ଅଛନ୍ତି। ଆମାଜନ୍‌ ଏବେ ଏକ ବିଶାଳ ସାମ୍ରାଜ୍ୟ। ସେହି ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ବେଜୋସ୍‌ଙ୍କୁ ତାଙ୍କ ପତ୍ନୀ ବହୁତ ସହାୟତା କରିଥିଲେ। ସେହି ୨୫ ବର୍ଷର ପୁରୁଣା ବାହାଘର ଭାଙ୍ଗିଯାଇଛି। ଉଭୟ ପରଷ୍ପରଠାରୁ ଅଲଗା ହେବେ।

ସମ୍ବନ୍ଧିତ ଖବର