ଭୁବନେଶ୍ବର : ଟାଟା ଷ୍ଟିଲ୍କୁ ୬୦ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଲୌହ ଓ ମାଙ୍ଗାନିଜ ଖଣି ପାଇଁ ୨୬ଟି ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍ର ଗୁଆ ଖଣି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ସମେତ ବିଭିନ୍ନ ସଂସ୍ଥାକୁ ମୋଟ ୧୬୦ ପୁରସ୍କାର ଦିଆଯାଇଛି। ଟାଟା ଷ୍ଟିଲ୍ ଏହାର ଯୋଡ଼ା, ନୋଆମୁଣ୍ଡି, ଖଣ୍ଡବନ୍ଧ ଓ କାଟାମାଟି ଖଣି ପାଇଁ ପୁରସ୍କାର ପାଇଛି। ଫେରୋ ଆଲଏଜ୍ ଡିଭିଜନ୍ ୭ଟି ପୁରସ୍କାର ପାଇଛି। ଷ୍ଟଲ୍ ପ୍ରଦର୍ଶନୀ ଓ ପ୍ରଚାରରେ ମଧ୍ୟ କଂପାନିକୁ ପୁରସ୍କୃତ କରାଯାଇଛି।
ଟାଟା ଷ୍ଟିଲ୍କୁ ୨୬ଟି ପୁରସ୍କାର
/sambad/media/post_attachments/wp-content/uploads/2022/12/tata-steel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)