ମୁମ୍ବାଇ: ୨୬୩ କୋଟି ଟଙ୍କାର ଆୟକର ଠକେଇ ମାମଲାରେ ଜଣେ ଆଇପିଏସ୍ ଅଧିକାରୀଙ୍କ ସ୍ବାମୀ ତଥା ବ୍ୟବସାୟୀ ପୁରୁଷୋତ୍ତମ ଚୌହାନଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ମାମଲାରେ ପୂର୍ବରୁ ଆଇଟି ଅଫିସର୍ ତାନାଜୀ ଅଧିକାରୀ, ବ୍ୟବସାୟୀ ଭୂଷଣ ପାଟିଲ୍, ରଜେଶ ବ୍ରିଜଲାଲ ଓ ରାଜେଶ ସେଟ୍ଟିଙ୍କୁ ଇଡି ଗିରଫ କରିଛି। ପୁରୁଷୋତ୍ତମ ଓ ଅନ୍ୟଜଣେ ବ୍ୟବସାୟୀ ରାଜେଶ ବ୍ରିଜଲାଲ ବାତ୍ରେଜା ଉଭୟ ସେୟାର ମାର୍କେଟ୍ ବ୍ୟବସାୟରେ ପ୍ରାୟ ୨୬୩ କୋଟି ଟଙ୍କାର ଆୟକୁ ଲୁଚାଇ ଏହାର ବେଆଇନ ନେଣଦେଣ କରିଥିଲେ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଗତ ୨୦ ତାରିଖରେ, ପୁରୁଷୋତ୍ତମଙ୍କ ମୁମ୍ବାଇସ୍ଥ ଘରେ ଚଢ଼ଉ କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଆସନ୍ତା ୨୭ ତାରିଖ ଯାଏଁ ପୁରୁଷୋତ୍ତମଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା ଚଳାଇଛି। ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିବା ସହ ୧୬୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିଛି।
୨୬୩ କୋଟି ଆୟକର ଠକେଇ ଆଇପିଏସ୍ଙ୍କ ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2024/05/fssfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)