୭ ବ୍ୟାଙ୍କକୁ ମିଳିବ ୨୮ ହଜାର କୋଟି

ନୂଆଦିଲ୍ଲୀ: ସରକାର ୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୨୮ ହଜାର ୬୧୫ କୋଟି ଟଙ୍କା ପ୍ରଦାନ କରିବେ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ଘୋଷଣା କରାଯାଇ ପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଯେଉଁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପାଣ୍ଠି ଦିଆଯିବ ସେଗୁଡ଼ିକ ମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ, ‌ୟୁ‌କୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ସିଣ୍ଡିକେଟ୍ ବ୍ୟାଙ୍କ ରହିବେ ବୋଲି କୁହାଯାଉଛି। ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସର୍ବାଧିକ ୧୦ ହଜାର ୮୬ କୋଟି ଦିଆଯିବାକୁ ଥିବାବେଳେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୬୭୮ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୨୧୫୯ କୋଟି, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସକୁ ୫୫୦୦ କୋଟି ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ୪୪୯୮ କୋଟି ଟଙ୍କା ମିଳିବ

ସମ୍ବନ୍ଧିତ ଖବର