ରାତି ପାହିଲେ ନୂଆବର୍ଷ: ଦୁଇଦିନ ପାଇଁ ବନ୍ଦ ରହିବ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ରାତି ପାହିଲେ ନୂଆ ବର୍ଷ। ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତ ଉତ୍ସବ ମୁଖର ଥିବା ବେଳେ ଭାରତର ଗୋଟିଏ ରାଜ୍ୟ ଏଥିରୁ ବାଦ ପଡ଼ି ଯାଇଛି। ଆର୍ଥାତ୍‌ ଯେଉଁଠି ନୂଆବର୍ଷ ପାଳନ କରିବା ତ ଦୂରର କଥା ଇଣ୍ଟରନେଟ ସେବାକ ଦୁଇ ଦିନ ପାଇଁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ବୁନ୍ଧି ନାମକ ଜିଲ୍ଲାରେ ଏକ ବିବାଦ କାରଣରୁ ଦୁଇ ଦିନ ପାଇଁ ରାଜ୍ୟରେ ଇଣ୍ଟରନେଟ ସେବାକୁ ପୁରାପୁରି ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ ଏପରିକି ଲୋକଙ୍କୁ ନୂତନ ବର୍ଷ ପାଳନ କରିବା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି।

ସୂଚନାଯୋଗ୍ୟ, ଜାନୁଆରି ୧ ତାରିଖରେ ହିନ୍ଦୁ ମହାସଭା ପକ୍ଷରୁ ଟାଇଗର ହିଲରେ ଏକ ପୂଜାର୍ଚ୍ଚନାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ଏଠାରେ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଇଛି । ତେଣୁ ଜିଲ୍ଲାରେ ବର୍ତ୍ତମାନ ୧୪୪ ଧାରା ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ରାଜ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଦୁଇ ଦିନ ପାଇଁ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି ।

ସମ୍ବନ୍ଧିତ ଖବର