ମୁମ୍ବାଇ: ଦିଲ୍ଲୀ ଏବଂ ଲକ୍ଷ୍ନୌ ପରେ ଏବେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ତଜେସ୍ ଏକ୍ସପ୍ରେସ୍ ଚଳାଚଳ କରିବ। ଆସନ୍ତାବର୍ଷ ୧୭ ତାରିଖରୁ ଏହି ଟ୍ରେନ ଚାଲିବ ବୋଲି ପଶ୍ଚିମ ରେଳବାଇର ମୁଖ୍ୟ ପ୍ରବକ୍ତା ରବିନ୍ଦର ଭାକଡ଼ କହିଛନ୍ତି। ତେବେ ବାଣିଜ୍ୟିକ ଚଳାଚଳ ଜାନୁଆରି ୧୯ ତାରିଖରୁ ଅହମ୍ମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ପରିଚାଳନାରେ ଚାଲୁଥିବା ଏହି ଟ୍ରେନ୍ରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମିଳୁଛି। ଅହମ୍ମବାଦ ଓ ମୁମ୍ବାଇର ଦୂରତାକୁ ଉକ୍ତ ଟ୍ରେନ୍ ସାଢ଼େ ୬ ଘଣ୍ଟା ମଧ୍ୟରେ ପୂର୍ଣ୍ଣ କରିବ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନରେ ସ୍ଲାଇଡିଂ ଡୋର୍, ପଢ଼ିବା ପାଇଁ ଲାଇଟ୍, ମୋବାଇଲ ଚାର୍ଜି ପଏଣ୍ଟ, ଆଟେଣ୍ଡାଣ୍ଟ କଲ୍ ବଟନ, ବାୟୋ ଟଏଲେଟ, ସ୍ବୟଂକ୍ରିୟ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର, ସିସିଟିଭି କ୍ୟାମେରା, ଆରାମ ଦାୟକ ସିଟ୍ ଆଦି ରହିଛି ବୋଲି ଶ୍ରୀ ଭାକଡ଼ କହିଛନ୍ତି। ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ। ଅହମ୍ମଦାବାଦରୁ ଏହି ଟ୍ରେନ୍ ସକାଳ ୬ଟା ୪୦ରୁ ଛାଡ଼ି ମୁମ୍ବାଇରେ ଅପରାହ୍ଣ ୧ଟଶ ୧୦ ମିନିଟରେ ପହଞ୍ଚିବ। ସେହିଭଳି ମୁମ୍ବାଇରୁ ଏହି ଟ୍ରେନ୍ ଅପରାହ୍ଣ ୩ଟା ୪୦ରୁ ବାହାରି ଅହମ୍ମଦାବାଦରେ ରାତି ୯ଟା ୫୫ରେ ପହଞ୍ଚିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp