ଦକ୍ଷତା ବିକାଶ ପାଇଁ ୨ଟି ନୂଆ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ସ୍କିଲ୍‌ ଆକ୍ୟୁଜିସନ୍‌ ଆଣ୍ଡ ନଲେଜ୍‌ ଆଓ୍ଵାରନେସ୍‌ ଫର୍‌ ଲାଇଭ୍‌ଲିହୁଡ୍‌ ପ୍ରମୋସନ୍‌ (ସଂକଳ୍ପ) ଏବଂ ସ୍କିଲ୍‌ ଷ୍ଟ୍ରେନ୍‌ଦେନିଂ ଫର ଇଣ୍ଡଷ୍ଟ୍ରିଆଲ୍‌ ଭାଲ୍ୟୁ ଏନ୍‌ହାନ୍‌ସମେଣ୍ଟ୍‌ (ଷ୍ଟ୍ରାଇଭ୍‌)କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ଦୁଇଟି ହେଉଛି କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌। ସଂକଳ୍ପ ହେଉଛି ୪୪୫୫ କୋଟି ଟଙ୍କାର ସ୍କିମ୍‌ ଯାହା ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେବ। ସେହିପରି ଷ୍ଟ୍ରାଇଲ୍‌ ହେଉଛି ୨୨୦୦ କୋଟି ଟଙ୍କାର ଏକ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ ଯେଉଁଥିପାଇଁ ବିଶ୍ୱବ୍ୟାଙ୍କ କିଛି ପରିମାଣର ସହାୟତା ପ୍ରଦାନ କରିବ। ଏହି ଦୁଇ ସ୍କିମ୍‌ ଦ୍ୱାରା ସ୍କିଲ୍‌ ଇଣ୍ଡିଆ ମିସନ୍‌ ସୁଦୃଢ଼ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। ସଂସ୍କାର ଏବଂ ଷ୍ଟ୍ରାଇଭ୍‌ ଜରିଆରେ ଦକ୍ଷତା ବିକାଶ ସଂସ୍କାର ଜିଲ୍ଲା ସ୍ତରରେ ପହଞ୍ଚିପାରିବ। ସଂକଳ୍ପ ଜରିଆରେ ସ୍ୱୀକୃତି ଏବଂ ସାର୍ଟିଫିକେସନ୍‌ ପାଇଁ ଜାତୀୟ ସଂସ୍ଥା ସ୍ଥାପନ କରାଯାଇପାରିବ। ଉଭୟ ସ୍କିମ୍‌କୁ ଗୁଣାତ୍ମକ ଏବଂ ବଜାର ଉପଯୋଗୀ ତାଲିମ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଷ୍ଟ୍ରାଇଭ୍‌ ଜରିଆରେ ୫୦୦ରୁ ଅଧିକ ଆଇଟିଆଇର ଆଧୁନିକୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଇଟିଆଇମାନଙ୍କର ରେଟିଂ ଏବଂ ଗ୍ରେଡିଂ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ସଂକଳ୍ପ ଜରିଆରେ ଟ୍ରେନର୍‌ ଆଣ୍ଡ ଆସେସର ଏକାଡେମି ପ୍ରତିଷ୍ଠା କରାଯିବ। ପ୍ରାଥମିକତା କ୍ଷେତ୍ର ପାଇଁ ଏଭଳି ୫୦ରୁ ଅଧିକ ଏକାଡେମି ସ୍ଥାପନ କରାଯିବ। ୩୫ଟି ଟ୍ରେଡ୍‌କୁ ନେଇ ତାଲିମଦାତାମାନଙ୍କ ନିମନ୍ତେ ତାଲିମ ଇନଷ୍ଟିଚ୍ୟୁଟ୍‌ ଏବଂ ଆଡଭାନ୍ସଡ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର