ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ ଭାରତରେ ବିମାନ ସେବା ଶିଳ୍ପ ଠପ୍ ହୋଇଯାଇଛି। ଯାତ୍ରୀ ପରିବହନ ବନ୍ଦ ଥିବା କାରଣରୁ ଭାରତର ବିମାନ ସେବା ଶିଳ୍ପ ଚଳିତ ଏପ୍ରିଲ-ଜୁନ୍ ତ୍ରୟମାସରେ ପ୍ରାୟ ୩ ବିଲିଅନରୁ ୩.୬ ବିଲିଅନ ଡଲାର ପର୍ଯ୍ୟନ୍ତ କ୍ଷତି ସହିବ ବୋଲି କାପା ଇଣ୍ଡିଆ ପକ୍ଷରୁ ନିକଟରେ ଆକଳନ କରାଯାଇଛି। ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଥିବାରୁ ବିମାନସେବା ଶିଳ୍ପକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ। ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରେ ୧୪ କୋଟି ଲୋକ ବିମାନରେ ଯାତାୟାତ କରିଥିଲେ। ଚଳିତ ଆର୍ଥିକବର୍ଷ ଅର୍ଥାତ୍ ୨୦୨୦-୨୧ରେ ଏମାନଙ୍କ ସଂଖ୍ୟା ୮ରୁ ୯ କୋଟିକୁ କମିଯିବ ବୋଲି ଆକଳନ କରାଯାଉଛି। ସେହିଭଳି ଅନ୍ତର୍ଜାତୀୟ ଯାତ୍ରୀଙ୍କ ଯାତାୟାତ ସଂଖ୍ୟା ମଧ୍ୟ ସାଢ଼େ ୩ କୋଟିରୁ ୪ କୋଟିକୁ ହ୍ରାସ ପାଇବା ସମ୍ଭାବନା ରହିଛି ବୋଲି କାପା ଇଣ୍ଡିଆ କହିଛି। କରୋନା ମହାମାରୀ ଆରମ୍ଭର ବହୁ ପୂର୍ବରୁ ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ବିପୁଳ କ୍ଷତିରେ ଚାଲୁଥିଲା। କରୋନା ପରେ ଏହାର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି। ଏହାସତ୍ତ୍ବେ ଏୟାରଲାଇନ୍ସକୁ ଚଲାଇ ରଖିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଏୟାର ଇଣ୍ଡିଆର ସିଏମଡି ରାଜୀବ ବନ୍ସଲ୍ କହିଛନ୍ତି।
ବିମାନ ସେବା ଶିଳ୍ପ ୩.୬ ବିଲିଅନ ଡଲାରର କ୍ଷତି ସହିବ
/sambad/media/post_attachments/wp-content/uploads/2019/12/flight-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)