ଭୁବନେଶ୍ବର: ଏସ୍ପ୍ଲାନେଡ୍ ୱାନ୍ ମଲ୍ ପକ୍ଷରୁ ତିନିଦିନିଆ ଫ୍ଲାଟ୍ ୫୦% ରିହାତି ବିଷୟରେ ଘୋଷଣା କରାଯାଇଛି ଯାହା ଶୁକ୍ରବାରଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ମଲ୍ରେ ଥିବା ବିଭିନ୍ନ ଷ୍ଟୋର୍ ଯଥା ମ୍ୟାକ୍ସ, ଗ୍ଲୋବାଲ୍ ଦେଶୀ, ବିଙ୍ଗ୍ ହ୍ୟୁମାନ୍, ହାମ୍ଲେଜ୍, ବିଗ୍ ବଜାର, ରିଲାଏନ୍ସ ଟ୍ରେଣ୍ଡସ୍, ହୋମ୍ ସେଣ୍ଟର୍ ଏବଂ କାଜୋ ଆଦିରୁ ସପିଙ୍ଗ୍ କରିପାରିବେ। ମଲ୍ର ‘ଅସ୍ଲି ହାପିନେସ୍ ୱାଲା ସେଲ୍’ର ଏକ ଅଂଶ ହେଉଛି ୫୦% ଫ୍ଲାଟ୍ ରିହାତି। ଶିଶୁମାନଙ୍କ ଲାଗି ଏହି ଅବସରରେ ଫେସନ୍ ସୋ’ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ ଯେଉଁଥିରେ ସେମାନେ ପୁରସ୍କାର, ଗିଫ୍ଟ ଭାଉଚର୍, ସାର୍ଟିଫିକେଟ୍ ଆଦି ଜିତିପାରିବେ।
/sambad/media/post_attachments/wp-content/uploads/2020/01/Esplanade-1.jpg)
ରେସ୍ତୋରାଁଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ରିହାତି ଓ ଡିଲ୍ ମିଳିବ। ଅଢ଼େଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ୍ କଲେ ସୁନା କିମ୍ବା ରୁପା କଏନ୍ ମିଳିବ। ଏହା ବ୍ୟତୀତ ସିନେପୋଲିସ୍ର ମାଗଣା ସିନେମା ଟିକଟ ମଧ୍ୟ ମିଳିବ। ଜଣେ ଭାଗ୍ୟଶାଳୀ ବିଜେତା ବିଏମ୍ଡବ୍ଲୁ ବାଇକ୍ ଜି-୩୧୦-ଆର୍ ଜିତିବାର ସୁଯୋଗ ପାଇବେ। ଏହା ବ୍ୟତୀତ ସୁଜୁକି ଇଣ୍ଟ୍ରୁଡର୍ ବାଇକ୍ ଓ ଆମ୍ପିୟର୍ ଇଲେକ୍ଟ୍ରିକ୍ ସ୍କୁଟର୍ ମଧ୍ୟ ଜିତିବାର ସୁଯୋଗ ରହିଛି। ଏହି ଅଫର ସଂକ୍ରାନ୍ତରେ ମଲ୍ର ସେଣ୍ଟର୍ ଡାଇରେକ୍ଟର ପାର୍ଥ ନାୟକ କହିଛନ୍ତି, ଗ୍ରାହକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି।