ନୂଆଦିଲ୍ଲୀ : ତିନିଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ନିତି ଆୟୋଗ ପ୍ରସ୍ତାବ ଦେଇଛି। ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଘରୋଇକରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। କେବଳ ସେତିକି ନୁହେଁ ସମସ୍ତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରିବାକୁ ମଧ୍ୟ ନିତି ଆୟୋଗ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆର୍ଥିକ କ୍ଷେତ୍ରକୁ ନେଇ ଆୟୋଗ ଅନେକ ପ୍ରକାର ସଂସ୍କାରମୂଳକ ପ୍ରସ୍ତାବ ଦେଇଛି। ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ବଣ୍ଡ୍ ବଜାରରେ ଭାଗ ନେବାର ଅନୁମତି ଦେବା ଲାଗି ମଧ୍ୟ ସରକାରଙ୍କୁ କୁହାଯାଇଛି। ଜିଡିପିକୁ ଘରୋଇ ଋଣର ଅବଦାନ ବର୍ତ୍ତମାନର ୫୪ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବା ଲାଗି ଏଭଳି ପଦକ୍ଷେପ ଜରୁରୀ ବୋଲି ନିତି ଆୟୋଗ କହିଛି। ଗତ ବର୍ଷ ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଘୋଷଣା କରି ଚାରିଟି ବଡ଼ ବ୍ୟାଙ୍କ ଗଠନ କରିଥିଲେ। କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ; ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ; ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇଛି। ଏହି ମିଶ୍ରଣ ପ୍ରକ୍ରିୟା ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହୋଇଛି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ଏହାର ସହଯୋଗୀ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ହୋଇଥିଲା। ବର୍ତ୍ତମାନ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି। ଘରୋଇକରଣ ଉପରେ ଜୋର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ରାଷ୍ଟ୍ରାୟତ୍ତ ସଂସ୍ଥା ସଂଖ୍ୟା ୪-୫ ଭିତରେ ସୀମିତ ରଖିବାକୁ ଚାହୁଛନ୍ତି। ସେହି ଯୋଜନାର ଏକ ଅଂଶ ଏହି ପ୍ରସ୍ତାବିତ ବ୍ୟାଙ୍କ ମିଶ୍ରଣ ହୋଇଥାପାରେ। ଅବଶ୍ୟ ସରକାରଙ୍କ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇଛି।
୩ ସରକାରୀ ବ୍ୟାଙ୍କର ଘରୋଇକରଣ ହେବ
ତାଲିକାରେ ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ
/sambad/media/post_attachments/wp-content/uploads/2019/11/bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)