ୟାମାହା ଆଣିବ ତିନିଚକିଆ ସ୍କୁଟର, ଆଗରେ ଦୁଇ ଚକ ଦେଵ ଅଧିକ ବେଗ

ନୂଆଦିଲ୍ଲୀ: ଦିନକୁ ଦିନ ବାଇକ ଅପେକ୍ଷା ସ୍କୁଟର ବ୍ୟବହାର ସଂଖ୍ୟା ବଢ଼ିବାରେ ଲାଗିଛି | ଯାହାକୁ ନଜରରେ ରଖି ବାଇକ ନିର୍ମାତାମାନେ ସ୍କୁଟର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି | ଏହି କ୍ରମରେ ବାଇକ ଓ ସ୍କୁଟର ନିର୍ମାତା ୟାମାହା କିଛି ନୂଆ ଉତ୍ପାଦକୁ ବଜାରକୁ ଆଣିବାକୁ ଯାଉଛି | କମ୍ପାନୀ ଏଥର ତିନି ଚକ ବିଶିଷ୍ଟ ସ୍କୁଟର ଆଣିବାକୁ ଯାଉଛି |

ଏହି ସ୍କୁଟରର ଦୁଇଟି ଚକ ଆଗ ପଟେ ଥିବାବେଳେ ଗୋଟିଏ ଚକ ପଛରେ ରହିଛି | ୟାମାହା ଏହି ସ୍କୁଟରର ନାମ ଟ୍ରିସିଟି ୩୦୦ ରଖିଛି | ୨୦୧୯ ଟୋକିଓ ମୋଟର ସୋରେ ଏହି ସ୍କୁଟରକୁ ଲଞ୍ଚ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି | ଏହି ସ୍କୁଟରଟି ଥ୍ରୀସିଟି କନସେପ୍ଟ ଉପରେ ଆଧାରିତ ହୋଇଛି |

ଏହି ଗାଡିଟି ତିନିଟି ରଙ୍ଗରେ ଉପଲବ୍ଧ ହେବାକୁ ଥିବାବେଳେ ମୂଲ୍ୟ ବାବଦରେ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ | ତେବେ ଭାରତରେ ଏହି ଗାଡିଟି କେବେ ଲଞ୍ଚ ହେବ ସେ ନେଇ ସୂଚନା ମିଳିନଥିଲେ ବି ପ୍ରଥମେ ଏହା ୟୁରୋପରେ ଲଞ୍ଚ ହେବ | ବଡ କଥା ଯେ ଏହି ଗାଡ଼ିଟିର ଓଜନ ୨୩୯ କିଲୋଗ୍ରାମ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର