ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଇଥିଲେ। ଏହା ବଦଳରେ ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ କରାଯାଇଥିଲା। ତେବେ ପୂର୍ବରୁ ଭଲଭାବେ ଯୋଜନା ନକରି ସରକାର ଅର୍ଥନୀତିରେ ପ୍ରଚଳନ ଥିବା ୮୬ ପ୍ରତିଶତ ମୁଦ୍ରାକୁ ଅଚଳ କରିଦେବା ଫଳରେ ଦେଶରେ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ଦେଶର ବିଭିନ୍ନ ସ୍ଥାନକୁ ହଠାତ୍ ନୂଆ ନୋଟ୍ ପରିବହନ କରିବାକୁ ପଡ଼ିଥିଲା। ଭାରତୀୟ ବାୟୁସେନାର ଅତ୍ୟାଧୁନିକ ବିମାନ ସି-୧୭ ଏବଂ ସି-୧୩୦ଜେ ସୁପର ହର୍କୁଲେସ୍କୁ ଏଥିପାଇଁ ଉପଯୋଗ କରାଯାଇଥିଲା। ବିମାନରେ ନୂଆ ନୋଟ୍ ପରିବହନରେ ସରକାରଙ୍କୁ ପ୍ରାୟ ୩୦ କୋଟି (୨୯ କୋଟି ୪୧ ଲକ୍ଷ) ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏକ ଆର୍ଟିଆଇ ଆବେଦନରୁ ଏହି ସୂଚନା ପଦାକୁ ଆସିଛି। ଭାରତୀୟ ବାୟୁସେନା ପକ୍ଷରୁ ଏହି ଉତ୍ତର ଦିଆଯାଇଛି। ନୋଟ୍ ଛାପା କାରଖାନା ଗୁଡ଼ିକରୁ ଦେଶର ବିଭିନ୍ନ ସ୍ଥାନରୁ ନୋଟ୍ ପ୍ରେରଣ ବାବଦରେ ଭାରତୀୟ ବାୟୁସେନା ଏହି ପରିମାଣର ବିଲ୍ ଦେଇଛି। ଅବସରପ୍ରାପ୍ତ କମୋଡର ଲୋକେଶ ବାତ୍ରାଙ୍କ ଆବେଦନର ଉତ୍ତରରେ ବାୟୁସେନା ଏହା କହିଛି। ସରକାରଙ୍କ ଅଧୀନରେ ଥିବା ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ଏହି ବିଲ୍ ନୋଟ୍ ପରିବହନ ବାବଦ ସେବା ପ୍ରଦାନ ପାଇଁ ଦିଆଯାଇଛି।
ନୋଟ୍ ପରିବହନ ପାଇଁ ଖର୍ଚ କରିଥିଲେ ୩୦ କୋଟି
ବିମୁଦ୍ରାକରଣ ଦୁଃଖ
/sambad/media/post_attachments/wp-content/uploads/2018/07/rupee-kB8G-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)