ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ କଂପାନି ଇଣ୍ଡିଗୋରେ ଏବେ ଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି। ଇଞ୍ଜିନ ଅଭାବରୁ ଏହାର ୩୦ଟି ବିମାନ ଠିଆ ହୋଇଛି। କେବଳ ଇଣ୍ଡିଗୋ ନୁହେଁ ଗୋ ଫାଷ୍ଟ୍‌ ମଧ୍ୟ ଏଭଳି ସମସ୍ୟା ସାମ୍ନା କରୁଛି। ଇଣ୍ଡିଗୋ ପାଖରେ ୨୮୦ ବିମାନ ଥିବା ବେଳେ ଗୋ ଫାଷ୍ଟ୍‌ ପାଖରେ ୫୮ଟି ବିମାନ ରହିଛି। ଗୋ ଫାଷ୍ଟ୍‌ ଏବେ ୩୦-୩୨ ବିମାନକୁ ନେଇ ଏହାର ପରିଚାଳନା ଜାରି ରଖିଛି। ଅନ୍ୟ ବିମାନଗୁଡ଼ିକ ଠିଆ ହୋଇଛି। ଏହି ବିମାନଗୁଡ଼ିକ ପ୍ରାଟ୍ ଆଣ୍ଡ୍‌ ହ୍ବିଟ୍‌ନିର ଇଞ୍ଜିନ ଲାଗିଛି। ଯୋଗାଣ ଶୃଙ୍ଖଳ ସମସ୍ୟା ଯୋଗୁ ଇଞ୍ଜିନ ପହଞ୍ଚିପାରୁନାହିଁ। କେବଳ ଇଞ୍ଜିନ ନୁହେଁ, ବିଭିନ୍ନ ଉପକରର ଏବଂ ପାର୍ଟସ୍‌ର ମଧ୍ୟ ଅଭାବ ରହିଛି