କର୍କଟ ପାଇଁ ବର୍ଷକୁ ୩୦ ହଜାର କୋଟି କ୍ଷତି

ଭୁବନେଶ୍ୱର: ଦେଶର ଅର୍ଥନୀତିକୁ କର୍କଟ ରୋଗ ଗୁରୁତର ଭାବେ ପ୍ରଭାବିତ କରୁଛି। ଏହି ରୋଗ ପାଇଁ ଅର୍ଥନୀତିରେ ପ୍ରତିବର୍ଷ ୩୦ ହଜାର କୋଟି ଟଙ୍କାର କ୍ଷତି ହେଉଛି ବୋଲି ଆଚାର୍ଯ୍ୟ ହରିହର ରିଜିଓନାଲ୍‌ କ୍ୟାନସର୍‌ ସେଣ୍ଟର୍‌ର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି।ଇନ୍‌ଡୋକୋ ରେମେଡିଜ୍‌ ନାମକ ଏକ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ପ୍ରତିବର୍ଷ ୪୦ ହଜାର ନୂଆ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ସେଥି ମଧ୍ୟରୁ ପାଖାପାଖି ୧୦ ହଜାର ରୋଗୀ ମୁଖଗହ୍ଵର କର୍କଟ ରୋଗରେ ପୀଡ଼ିତ। ଏତେ ଅଧିକ ସଂଖ୍ୟକ ରୋଗୀ ପ୍ରତିବର୍ଷ ଚିହ୍ନଟ ହେଉଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର