ମୁମ୍ବାଇ: ଚଳିତ ବର୍ଷ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୩୨ ପ୍ରତିଶତ ବୃଦ୍ଧି ପାଇ ୨୬୮ କୋଟି ଟଙ୍କା ହୋଇଛି। ଏହି ତିନି ମାସରେ କଂପାନିର ବାଲାନ୍ସ ସିଟ୍ ୩୮% ବୃଦ୍ଧି ପାଇ ୭୧,୦୪୧ କୋଟି ଟଙ୍କା, ଜମା ୪୮% ବୃଦ୍ଧି ପାଇ ୫୪,୬୩୧ କୋଟି ଟଙ୍କା, ଋଣ ଏୟୁଏମ୍ ୩୭ ପ୍ରତିଶତ ବୃଦ୍ଧି ପାଇ ୫୦,୧୬୧ କୋଟି ଟଙ୍କା ହୋଇଛି। ଏହି ସମୟରେ ବ୍ୟାଙ୍କର ଆୟ ୨୬% ବୃଦ୍ଧି ପାଇ ୧,୯୭୯ କୋଟି ଟଙ୍କା ହୋଇଛି। ସାରା ଦେଶର ୨୦ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାଙ୍କର ୯୫୩ ଟଚ୍ପଏଣ୍ଟ୍ ରହିଛି। ଏପ୍ରିଲ୍-ଜୁନ୍ ତ୍ରୈମାସିକ ପ୍ରଦର୍ଶନ ସମ୍ପର୍କରେ ବ୍ୟାଙ୍କର ଏମ୍ଡି ଓ ସିଇଓ ସଞ୍ଜୟ ଅଗ୍ରୱାଲ୍ କହିଛନ୍ତି ଯେ ଆହ୍ବାନପୂର୍ଣ୍ଣ ପରିବେଶରେ କାମ କରିବା ସତ୍ତ୍ବେ ଗତ ୨୧ଟି ତ୍ରୈମାସିକରେ ବ୍ୟାଙ୍କ ଯେଉଁଭଳି ପ୍ରଗତି କରିଛି ତାହାକୁ ନେଇ ଆମେ ବହୁତ ଖୁସି। ପ୍ରତି ତ୍ରୈମାସିକ ଅତିକ୍ରମ କରିବା ସହ ଆମ ବ୍ୟବସାୟ ଅଧିକ ନିରବଚ୍ଛିନ୍ନ ହେଉଛି। ଏଥିପାଇଁ ଆମେ ଆମର ଗ୍ରାହକମାନଙ୍କୁ ଧନ୍ୟବାଦ ଦେଉଛୁ। ଆମର କାସା ଅନୁପାତ ଓ ଖୁଚୁରା ଜମାରେ ବୃଦ୍ଧି ହୋଇଛି। ଆମର ବିତରଣ ନେଟ୍ୱର୍କ ସମ୍ପ୍ରସାରିତ ହେଉଛି ଓ ଡିଜିଟାଲ୍ ଅଭିଯାନରେ ନିବେଶ ଜାରି ରହିଛି। ଆମେ ଉତ୍ତର ପୂର୍ବାଞ୍ଚଳରେ ମଧ୍ୟ ପ୍ରବେଶ କରିଛୁ। ଦକ୍ଷିଣ ଓ ପୂର୍ବ ଭାରତରେ ଆମ ବ୍ୟାଙ୍କର ଗ୍ରହଣୀୟତା ବହୁତ ଭଲ ରହିଛି ବୋଲି ସେ କହିଛନ୍ତି।
ଏୟୁ ବ୍ୟାଙ୍କ ଲାଭରେ ୩୨% ବୃଦ୍ଧି
/sambad/media/post_attachments/wp-content/uploads/2022/07/au-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)