ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୩୨୮ କୋଟି ୯ ଲକ୍ଷ ଟଙ୍କା ବିନିଯୋଗରେ ହେବାକୁ ଥିବା ୫ଟି ନୂଆ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ଓ୍ଵିଣ୍ଡୋ ମଞ୍ଜୁରି କର୍ତୃପକ୍ଷଙ୍କ ୭୬ତମ ବୈଠକରେ ନୂଆ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନୁଗୁଳର ଆଲୁମିନିୟମ ପାର୍କରେ ବାର୍ଷିକ ୩୫ ହଜାର ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନିୟମ ଆଲୟ କଣ୍ଡକ୍ଟର କାରଖାନା ସ୍ଥାପନ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପରେ ୭୫ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ୪୨୫ ଜଣଙ୍କୁ ନିଯୁକ୍ତି ମିଳିବା ଆକଳନ କରାଯାଇଛି। ସେହିଭଳି ଆଲୁମିନିୟମ ପାର୍କରେ ୫୬.୮୭ କୋଟି ଟଙ୍କା ବ୍ୟୟରେ ଏକ ଆଲୁମିନିୟମର ଆନୁଷଙ୍ଗିକ ଉତ୍ପାଦ କାରଖାନା ସ୍ଥାପନକୁ ମଞ୍ଜୁରି ଦିଆଯାଇଛି। ଏହି କାରଖାନାରେ ୨୫୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ସେହିଭଳି ଅନ୍ୟ ଏକ କମ୍ପାନି ପକ୍ଷରୁ ଖୋର୍ଧା ଶିଳ୍ପାଞ୍ଚଳରେ ଏକ କୁକୁଡ଼ା ପାଳନ ସମ୍ପର୍କିତ ପ୍ଲାଣ୍ଟ, ଡେରାସସ୍ଥିତ ସାମୁଦ୍ରିକ ଖାଦ୍ୟ ପାର୍କ ଏବଂ ଭଦ୍ରକଠାରେ ଏହି କମ୍ପାନି ପକ୍ଷରୁ କୁକୁଡ଼ା ଖାଦ୍ୟ ପ୍ଲାଣ୍ଟ ସ୍ଥାପନକୁ ମଞ୍ଜୁରି ଦିଆଯାଇଛି।
୩୨୮ କୋଟି ଟଙ୍କାର ୫ ପ୍ରକଳ୍ପକୁ ମଞ୍ଜୁରି
/sambad/media/post_attachments/wp-content/uploads/2018/01/2.5lakh-crorepatj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)