ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି । ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । ୭.୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି ହାର।

ମାତ୍ର ଏପ୍ରିଲ-ଜୁନ୍ ତ୍ରୈମାସିକରେ ଜିଡ଼ିପି ଅଭିବୃଦ୍ଧି ୨୩. ୯ ପ୍ରତିଶତ ଥିବାବେଳେ ଦ୍ୱିତୀୟ ତ୍ରୈମାସିକରେ ଏହା ୭.୫ ପ୍ରତିଶତକୁ ଖସି ଆସିଛି । କିନ୍ତୁ ଆଗାମୀ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ଭି ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଅର୍ଥନୈତିକ ସର୍ଭେ ରପୋର୍ଟ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର