ନୂଆଦିଲ୍ଲୀ: ଦେଶରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୨୦୫୦ ମସିହା ସୁଦ୍ଧା ୩୪ କୋଟି ଟପିବ। ତେଣୁ ଏମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଆଜି ସୂଚନା ଦେଇଛନ୍ତି। ବୟସ୍କ ଲୋକଙ୍କ ଯତ୍ନ ନେବା ଲାଗି ଜାତୀୟ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୟସ୍କ ବ୍ୟକ୍ତିଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେବା ଲାଗି ଏହି ଯୋଜନା ହାତକୁ ନିଆଯାଇଛି। ଏତଦ୍ବ୍ୟତୀତ ବୟସ୍କ ଲୋକଙ୍କ ପାଇଁ ଦିଲ୍ଲୀର ଏମ୍ସ ଏବଂ ଚେନ୍ନାଇସ୍ଥିତ ମାଡ୍ରାସ ମେଡିକାଲ କଲେଜ୍ରେ ଦୁଇଟି ଜାତୀୟସ୍ତରର କେନ୍ଦ୍ର ଖୋଲଯିବ। ବୟସ୍କ ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି।