କମ୍ପାନି ପଞ୍ଜିକରଣରେ ଜାଲିଆତି କରିଥିବା ୪୦ ଚୀନା ଏବଂ ଆଉ ୧୧୦ଜଣ ନାଁରେ ମୁମ୍ବାଇରେ ୩୪ଟି ‘ଏଫ୍‌ଆଇଆର୍‌’

ମୁମ୍ବାଇ: ୩୪ଟି କମ୍ପାନିର ପଞ୍ଜିକରଣ ନିମୟ ଉଲ୍ଲଂଘନ ଏବଂ ଜାଲିଆତି କରି ଉକ୍ତ ଭାରତୀୟ କମ୍ପାନିଗୁଡ଼ିକର ନିର୍ଦେଶକ ହୋଇଥିବା ୬୦ଜଣ ବିଦେଶୀ ନାଗରିକଙ୍କ ସମେତ ୧୫୦ଜଣ ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ୩୪ଟି ଏଫ୍‌ଆଇଆର୍‌ ପଞ୍ଜିକରଣ କରିଛି।

୬୦ ଜଣ ବିଦେଶୀ ନାଗରିକଙ୍କ ମଧ୍ୟରୁ ୪୦ ଜଣ ଚୀନା ନାଗରିକ ଥିବା ବ‌େଳେ ବାକି ସିଙ୍ଗାପୁର, ଇଂଲଣ୍ଡ୍‌, ତାଇୱାନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ସାଇପ୍ରସ୍, ୟୁନାଇଡେଟ୍‌ ଆରବ ଏମିରେଟ୍‌ସ୍‌ ଏବଂ ଦକ୍ଷିଣ କୋରିଆର ନାଗରିକ।

ଅଭିଯୁକ୍ତମାନଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଅପରାଧିକ ବିଶ୍ବାସ ଭଙ୍ଗ ନିମନ୍ତେ ‘ଆଇପିସି’ରେ ଥିବା ବିଭିନ୍ନ ଦଫା ଲଗାଯିବା ସହ କମ୍ପାନି ଆଇନ ୨୦୧୩ ଆଧାରରେ ମୁମ୍ବାଇସ୍ଥିତ ମେରାଇନ୍‌ ଡ୍ରାଇଭ୍‌ ଥାନାରେ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇଛି। ସେଥିରୁ ଫେବ୍ରୁଆରି ମାସରେ ଅଧିକାଂଶ ମାମଲା ରୁଜୁ କରାଯାଇଥିବା ବେଳେ ବାକିତକ ଚଳିତ ମାସରେ ରୁଜୁ କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା ଉକ୍ତ ଘଟଣାର ତଦନ୍ତ କରୁଛି।

Image Courtesy of Navabharat Times

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନେ ‌ମୁମ୍ବାଇସ୍ଥିତ ‘ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌’କୁ ଜାଲ୍‌ ବିବରଣୀ ଦେଇଥିଲେ। ଏହାଛଡ଼ା, ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା କାରବାର ଏବଂ ବିବରଣୀ ସମେତ ‘ବାଲାନ୍‌ସ୍‌ ସିଟ୍‌’ ମଧ୍ୟ ଜାଲ୍‌ ବୋଲି ଜଣାପଡ଼ିଛି। କେତେକ ‌ମାମଲାରେ, ପରବର୍ତ୍ତୀ ସମୟରେ କମ୍ପାନିଗୁଡ଼ିକର ଠିକଣା ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର