ନୂଆଦିଲ୍ଲୀ: ଦେଶରେ ଲୋକମାନେ ହ୍ବାଟ୍ସଆପ୍ ଜରିଆରେ ଅଧିକରୁ ଅଧିକ ଠକେଇ କଲ୍ ପାଉଛନ୍ତି। ମନଇଚ୍ଛା ଅନ୍ତର୍ଜାତୀୟ ନମ୍ବରରୁ ଲୋକଙ୍କୁ ଉଭୟ ଭଏସ ଓ ଭିଡିଓ କଲ୍ କରାଯାଉଛି। ଠକେଇରେ ଜଡ଼ିତ ବ୍ୟକ୍ତିମାନେ ମୁଖ୍ୟତଃ ନିରୀହ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଛନ୍ତି। ତେଣୁ ଏଭଳି ନମ୍ବରଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ସରକାର ହ୍ବାଟ୍ସଆପ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଠକେଇରେ ଜଡ଼ିତ ଆକାଉଣ୍ଟଗୁଡ଼ିକୁ ନିଷେଧ କରିବା ପାଇଁ ହ୍ବାଟ୍ସଆପ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ସଞ୍ଚାର ସାଥୀ ୱେବସାଇଟ ଉନ୍ମୋଚନ ଉତ୍ସବରେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଭାରତରେ ୩୬ ଲକ୍ଷରୁ ଅଧିକ ହ୍ବାଟ୍ସଆପ୍ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି। ଲୋକଙ୍କ ସୁରକ୍ଷା ପାଇଁ କମ୍ପାନି ସହଯୋଗ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp