୬ ବର୍ଷ ମଧ୍ୟରେ କେନ୍ଦ୍ର-ରାଜ୍ୟ ସରକାର ମିଶି ପେଟ୍ରୋଲିୟମରୁ ଆଦାୟ କଲେଣି ୩୬ ଲକ୍ଷ କୋଟିର ଟିକସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ପେଟ୍ରୋଲିୟମ ଉତ୍ପାଦ ସବୁବେଳେ ସରକାରଙ୍କ ପାଇଁ ଟିକସ ରୋଜଗାରର ସବୁଠାରୁ ବଡ ମାଧ୍ୟମ ହୋଇଆସୁଛି। ୨୦୨୨-୨୩ ଆର୍ଥିକ ବର୍ଷ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କିନ୍ତୁ ଏହି ଆର୍ଥିକ ବର୍ଷର ମାତ୍ର ୯ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ଟିକସ ମାଧ୍ୟମରେ ୫.୪୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ଉପରେ ବିଭିନ୍ନ ପ୍ରକାରର ଟିକସ ଲାଗୁ କରି ସଂଗୃହୀତ ପରିମାଣର ବିବରଣୀର ଲିଖିତ ଉତ୍ତରରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ୨୦୨୨-୨୩ ର ପ୍ରଥମ ନଅ ମାସରେ କେନ୍ଦ୍ର ସରକାର ଟିକସ ମାଧ୍ୟମରେ ୩୦୭,୯୧୩ କୋଟି ଟଙ୍କା ଆୟ କରିଛନ୍ତି। ରାଜ୍ୟ ସରକାର ୨୩୭,୦୮୯ କୋଟି ଟଙ୍କା ଆୟ କରିଛନ୍ତି ।

ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ୨୦୨୨-୨୩ ର ନଅ ମାସରେ ୫୪୫,୦୦୨ କୋଟି, ୨୦୨୧-୨୨ରେ ୭୭୪,୪୨୫ କୋଟି, ୨୦୨୦-୨୧ରେ ୬୭୨,୭୧୯ କୋଟି, ୨୦୧୯-୨୦ରେ ୫୫୫.୩୭୦ କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୧୮-୧୯ ରେ ପେଟ୍ରୋଲିୟମ ଉତ୍ପାଦ ଉପରେ ୫୭୫,୬୩୨ କୋଟି ଟଙ୍କା, ୨୦୧୭-୧୮ରେ ୫୪୩,୦୨୬ କୋଟି ଟଙ୍କା ରାଜସ୍ୱ ମିଳିଛି।

ଗୋଟିଏ ପଟେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରକୁ ଖସିବା ସତ୍ତ୍ୱେ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲରୁ ଉପଭୋକ୍ତାଙ୍କୁ କୌଣସି ରିହାତି ମିଳୁନାହିଁ। କିନ୍ତୁ ଏହି ଉତ୍ପାଦଗୁଡିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ରୋଜଗାରର ସବୁଠାରୁ ବଡ ମାଧ୍ୟମ ହୋଇ ରହିଛି |

ସମ୍ବନ୍ଧିତ ଖବର