ନୂଆଦିଲ୍ଲୀ: ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ୩୭,୬୦୦ କୋଟି ଟଙ୍କାର ଜମା ରାଶି ରହିଛି। ସ୍ବିସ୍ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୧ ପରେ ସ୍ବିସ୍ ବ୍ୟାଙ୍କରେ ଏହା ଭାରତୀୟଙ୍କ ସର୍ବାଧିକ ଜମା। ୨୦୨୪ରେ ଏହି ଜମା ତିନି ଗୁଣା ବୃଦ୍ଧି ପାଇଛି। ଭାରତୀୟ ଗ୍ରାହକଙ୍କ ଜମା ପରିମାଣ ବର୍ଷକରେ ୩୬୭୫ କୋଟି ଟଙ୍କା ବୃଦ୍ଧି ଘଟିଛି।
ଅନ୍ୟାନ୍ୟ ବୃଦ୍ଧି ବ୍ୟାଙ୍କିଙ୍ଗ ଚ୍ୟାନେଲ୍ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଜରିଆରେ ହୋଇଛି। ୨୦୨୩ରେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୭୦ ପ୍ରତିଶତ ହ୍ରାସ ପାଇଥିଲା। କିନ୍ତୁ ୨୦୨୪ରେ ସେଥିରେ ଦ୍ରୁତ ବୃଦ୍ଧି ଘଟିଥିଲା। ଶେଷ ଥର ପାଇଁ ୨୦୦୬ରେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ସର୍ବାଧିକ ଜମା ଥିଲା। ତେବେ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ କଳାଧନ ରହିଛି, ତାହାର କୌଣସି ତଥ୍ୟ ନାହିଁ।