ନୂଆଦିଲ୍ଲୀ: ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ଆକଳନ କରିଛି ଯେ ୨୦୧୮ରେ ଭାରତର ବେରୋଜଗାର ହାର ୩.୫% ରହିବ। ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ହେଉଛି ଏହାର ୭୭% ଚାକିରି ଅସୁରକ୍ଷିତ ବର୍ଗରେ ରହିଛି। ସେଗୁଡ଼ିକ ପ୍ରତି ସବୁ ବେଳେ ବିପଦ ରହିବ। ସାରା ବିଶ୍ୱରେ ୧୪୦ କୋଟି ଲୋକ ଅସୁରକ୍ଷିତ ଚାକିରି ବର୍ଗରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଅର୍ଥାତ ୩୯.୪ କୋଟି ଲୋକ ଭାରତରେ ଅଛନ୍ତି। ଭାରତ, ବାଲାଂଦେଶ, କାମ୍ବୋଡିଆ ଓ ନେପାଳର ଅଣସଂଗଠିତ କ୍ଷେତ୍ରରେ ହିଁ ୯୦% ନିଯୁକ୍ତି ରହିଛି। ଏହି ସବୁ ଦେଶରେ କୃଷି ସମେତ କନଷ୍ଟ୍ରକ୍ସନ୍, ପାଇକାରୀ ଓ ଖୁଚୁରା କ୍ଷେତ୍ରରେ ବିପୁଳ ପରିମାଣର ଅଣସଂଗଠିତ ଚାକିରି ସୃଷ୍ଟି ହୋଇଛି। ଭାରତରେ ଅଧିକାଂଶ ଚାକିରି ଅଣସଂଗଠିତ କ୍ଷେତ୍ରରେ ସୃଷ୍ଟି ହେଉଥିବାରୁ ଏଠାରେ ଅସୁରକ୍ଷିତ ଚାକିରି ସଂଖ୍ୟା ଅଧିକ ରହୁଛି ବୋଲି ରିପୋର୍ଟରେ କୁହାଯାଇଛି। ଭାରତରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ଏହି ଅସୁରକ୍ଷିତ ଚାକିରି ହାର ୭୭%ରେ ସ୍ଥିର ରହିବ ବୋଲି ଆଇଏଲ୍ଓ ଆକଳନ କରିଛି। ଆଇଏଲ୍ଓ ଏହାର ‘ଦି ଓ୍ଵାର୍ଲଡ୍ ଏମ୍ପ୍ଲଏମେଣ୍ଟ୍ ଆଣ୍ଡ ସୋସିଆଲ୍ ଆଉଟ୍ଲୁକ୍ ଟ୍ରେଣ୍ଡ୍ ୨୦୧୮’ ରିପୋର୍ଟରେ କହିଛି ଯେ, ବିଗତ ୧-୨ ଦଶଦ୍ଧୀରେ ଭାରତର ସେବା କ୍ଷେତ୍ରରେ ବିପୁଳ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ନିଯୁକ୍ତିରେ ଅଣସଂଗଠିତ ଓ ଅସୁରିତ ଚାକିରି ସଂଖ୍ୟା ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
୩୯ କୋଟି ଲୋକଙ୍କ ଚାକିରି ଅସୁରକ୍ଷିତ
ଆଇଏଲ୍ଓ ରିପୋର୍ଟ
/sambad/media/post_attachments/wp-content/uploads/2018/08/download-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)