ଭୁବନେଶ୍ୱରରେ ବିଗ୍‌ ବଜାରର ତୃତୀୟ ଷ୍ଟୋର

ଭୁବନେଶ୍ୱର: ଦେଶର ଅଗ୍ରଣୀ ହାଇପର୍‌ ମାର୍କେଟ୍‌ ଷ୍ଟୋର୍‌ ବିଗ୍‌ ବଜାର୍‌ର ଭୁବନେଶ୍ୱରରେ ତୃତୀୟ ଷ୍ଟାର୍‌ ନୟାପଲ୍ଲୀଠାରେ ଖୋଲାଯାଇଛି। ୩୦ ହଜାର ବର୍ଗଫୁଟରେ ପ୍ରସ୍ତୁତ କରାଯାଇଥିବା ଏହି ଷ୍ଟୋର୍‌ରେ ବିଭିନ୍ନ ପ୍ରକାର ସାମଗ୍ରୀ ଅବିଶ୍ୱାସନୀୟ ମୂଲ୍ୟରେ ଉପଲବ୍ଧ ହେଉଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂପାନିର ପୂର୍ବାଞ୍ଚଳ ମୁଖ୍ୟ ମନିଷ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ଭୁବନେଶ୍ୱରରେ ତୃତୀୟ ଷ୍ଟୋର୍‌ ଖୋଲିଥିବାରୁ ଆମେ ବହୁତ ଖୁସି। ଏହି ଷ୍ଟୋର୍‌ ଜରିଆରେ ଆମେ ସହରର ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବୁ ଏବଂ ସେମାନଙ୍କ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ସୁବିଧାରେ ଯୋଗାଇ ଦେବୁ। ଏହି ଅବସରରେ କଂପାନିର ଓଡ଼ିଶା ବ୍ୟବସାୟ ପରିଚାଳକ ଅନିରୁଦ୍ଧ ବୋସ, ଷ୍ଟୋର ମ୍ୟାନେଜର ଅରୁଣ ପାତ୍ର ଏବଂ ଷ୍ଟୋର୍‌ ଖୋଲାଯାଇଥିବା ସମ୍ପତ୍ତିର ତତ୍ତ୍ୱାବଧାୟକ ଚେତନ ଟେକ୍ରିଓ୍ଵାଲ ଉପସ୍ଥିତ ଥିଲେ। ଗ୍ରାହକମାନେ ବିଗ୍‌ ବଜାର ପ୍ରଫିଟ୍‌ କ୍ଲବ୍‌ର ଅଂଶ ହୋଇପାରିବେ। ପ୍ରଫିଟ କ୍ଲବ ଏକ ପ୍ରକାରର ସଦସ୍ୟତା ଯେଉଁଥିରେକି ଜଣେ ମାତ୍ର ୧୦,୦୦୦ ଟଙ୍କା ପଇଠ କରି ୧୨ମାସ ମଧ୍ୟରେ ପ୍ରତି ମାସକୁ ୧,୦୦୦ଟଙ୍କା ମୁଲ୍ୟର କ୍ରୟ କରିପାରିବେ ଯାହା ୧୨ ମାସରେ ୧୨,୦୦୦ଟଙ୍କା ହେଉଛି ।

ସମ୍ବନ୍ଧିତ ଖବର