ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ତନିସ୍କର ସହଭାଗୀ ‘କାରାଟଲେନ୍’ର ୩ୟ ଷ୍ଟୋର, ୧୦୦୦ରୁ ଅଧିକ ଅନନ୍ୟ ଡିଜାଇନର ଗହଣା ଉପଲବ୍ଧ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୋକପ୍ରିୟ ଗହଣା କମ୍ପାନି ତନିସ୍କର ସହଭାଗୀ କାରାଟଲେନର ୩ୟ ଷ୍ଟୋର ଶୁଭାରମ୍ଭ ହୋଇଛି। ଏହି ନୂତନ ଷ୍ଟୋରରେ ୧୦୦୦ରୁ ଅଧିକ ଅନନ୍ୟ ଡିଜାଇନର ଗହଣା ରଖାଯାଇଛି । ଏଠାରେ ଉପଲବ୍ଧ ପ୍ରତ୍ୟେକ ଡିଜାଇନର କାରିଗରୀ ପଛରେ କିଛିନା କିଛି କାହାଣୀ ଲୁଛି ରହିଛି, ଯାହା ସମସ୍ତଙ୍କୁ ବିସ୍ମିତ କରିବ ନିଶ୍ଚିତ। ନୂତନ ଶୋଲାପିଥ କଲେକ୍ସନ କାରାଟଲେନ୍ ଗ୍ରାହକଙ୍କ ପାଇଁ ସର୍ବଦା କିଛି ନା କିଛି ନୂଆ ନେଇ ଆସିଥାଏ। ଜାଣିବାକୁ ମିଳିଛି ‌ଯେ ବିଶେଷ କରି ସମସାମୟିକ ଗହଣା ପାଇଁ ସର୍ବଦା ସଜାଗ ଥିବା ମହିଳାମାନଙ୍କ ପାଇଁ ଏହି ଷ୍ଟୋରଟିକୁ ଡିଜାଇନ୍‌ କରାଯାଇଛି। ତେବେ ଶୁଭାରମ୍ଭର ଏକ ଅଂଶ ଭାବରେ କାରାଟଲେନ୍ ପ୍ରଥମ ୫୦ ଜଣ ଗ୍ରାହକଙ୍କୁ ଦୋକାନ ପରିଦର୍ଶନ କରି କ୍ରୟ କରୁଥିବା ସମସ୍ତ ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୭ ପ୍ରତିଶତ ରିହାତି ପ୍ରଦାନ କରୁଛି।

ଏହି ଅବସରରେ କାରାଟଲେନର ପ୍ରତିଷ୍ଠାତା ତଥା ସିଇଓ ମିଥୁନ ସାକେତି କହିଛନ୍ତି ଯେ ‘ଭୁବନେଶ୍ୱରରେ ଆମର ୩ୟ ଷ୍ଟୋର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଖୁସି। ଗ୍ରାହକମାନଙ୍କ ପାଇଁ ସୁନ୍ଦର ଗହଣା ଉପଲବ୍ଧ କରାଇବାର ପ୍ରୟା‌ସ ସବୁବେଳେ ଆମେ କରିଥାଉ। ଆମେ ଆମ ଗ୍ରାହକଙ୍କୁ ସର୍ବଭାରତୀୟ ଅଭିଜ୍ଞତା ପ୍ରଦାନ କରିବାକୁ ଚାହୁଁ। ସେମାନେ ଅନଲାଇନରେ ଡଜାଇନ୍‌ ବ୍ରାଉଜ୍ କରିପାରିବେ ଏବଂ ପରେ ଜନପଥରେ ଥିବା ନୂତନ ଷ୍ଟୋରରେ ଅଳଙ୍କାରକୁ ଦେଖିବାର ଓ କିଣିବାର ଆନନ୍ଦ ନେଇପାରିବେ।

ଏହି କାରାଟଲେନ ଷ୍ଟୋର୍ ୧୦୮-ଇ, ଷ୍ଟେସନ ସ୍କୋୟାର, ମାଷ୍ଟର କ୍ୟାଟିଂନ, ଜନପଥ, ଭୁବନେଶ୍ୱରରେ ଖୋଲିଛି ଏବଂ ଏହାର  ଯୋଗାଯୋଗ ନଂ: ୬୩୭୨୯୦୦୬୨୭। ପ୍ରତିଦିନ ସକାଳ ୧୧.୦୦ରୁ ରାତି ୮.୩୦ ପର୍ଯ୍ୟନ୍ତ ଷ୍ଟୋର ଖୋଲା ରହୁଛି।

ସମ୍ବନ୍ଧିତ ଖବର