ପିସିଏରୁ ମୁକୁ‌ଳିବେ ଆଉ ୪ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରମ୍ପଟ୍ କରେକ୍ଟିଭ ଆକ୍ସନ (ପିସିଏ) ବର୍ଗରେ ଏବେ ରହିଥିବା ୮ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ନିକଟ ଭବିଷ୍ୟତରେ ୩ରୁ ୪ଟି ବ୍ୟାଙ୍କ ମୁକୁଳିବେ ବୋଲି ଅର୍ଥ ମନ୍ତ୍ରାଳୟ ଆଶାବ୍ୟକ୍ତ କରିଛି। ଆସନ୍ତା ୬ରୁ ୮ ମାସ ମଧ୍ୟରେ ଏହା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଦୁଇଟି ବ୍ୟାଙ୍କକୁ ଏହି କଟକଣାରୁ ମୁକ୍ତ କରିବା ଆଶା ରହିଛି। ୧୨ଟି ବ୍ୟାଙ୍କକୁ ସରକାରଙ୍କ ପକ୍ଷରୁ ନିକଟରେ ୪୮,୨୩୯ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଆଗାମୀ କିଛି ସପ୍ତାହ ମଧ୍ୟରେ କର୍ପୋରେସନ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କ ପିସିଏରୁ ମୁକୁଳିବେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର