ନୂଆଦିଲ୍ଲୀ: ଅଲ୍ଟୋ ବିକ୍ରିରେ ମାରୁତି ସୁଜୁକି ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି। କଂପାନି ଦେଶରେ ୪୦ ଲକ୍ଷରୁ ଅଧିକ ଅଲ୍ଟୋ ବିକ୍ରି କରିବାର ସଫଳତା ହାସଲ କରିଛି। ପ୍ରାୟ ୭୬ ପ୍ରତିଶତ ଗ୍ରାହକ ଅଲ୍ଟୋକୁ ନିଜର ପ୍ରଥମ କାର୍ ଭାବେ କିଣିଛନ୍ତି। ନିୟମିତ ବ୍ୟବଧାନରେ କଂପାନି ଅଲ୍ଟୋର ସୁବିଧା ସୁଯୋଗରେ ଉନ୍ନତି ଆଣିବା ସହ ସବୁ ସମୟ ପାଇଁ ତାହାକୁ ପ୍ରାସଙ୍ଗିକ ରଖିପାରିଛି। ବିଗତ ୧୬ ବର୍ଷ ହେଲାଣି କାର୍ ବଜାରରେ ଏହା ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିଛି। ୨୦୦୦ ମସିହାରେ ଅଲ୍ଟୋ ବଜାରକୁ ଆସିଥିଲା। ପ୍ରଥମ ୧୦ ଲକ୍ଷ ୟୁନିଟ୍ ବିକ୍ରି ହେବା ଲାଗି ୨୦୦୮ ପର୍ଯ୍ୟନ୍ତ ସମୟ ଲାଗିଥିଲା। ୨୦୧୨ରେ ଏହା ୨୦ ଲକ୍ଷ, ୨୦୧୬ରେ ୩୦ ଲକ୍ଷ ଓ ୨୦୨୦ରେ ୪୦ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଛି।
ମାରୁତି ଅଲ୍ଟୋ ବିକ୍ରି ୪୦ ଲକ୍ଷ ଟପିଲା
/sambad/media/post_attachments/wp-content/uploads/2020/01/carandbike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)