ମୁମ୍ବାଇ: ନିର୍ବାଚନ ଯୋଗୁ ସରକାରୀ ଖର୍ଚ ସମ୍ପୂର୍ଣ୍ଣ ଅଟକି ଯାଇଥିବାରୁ ବଜାରରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି। ବ୍ୟାଙ୍କଗୁଡ଼ିକ ପାଖରେ ଆବଶ୍ୟକ ପରିମାଣର ନଗଦ ଟଙ୍କା ନାହିଁ। ମୋଟ ଉପରେ ଦେଶରେ ୪୦,୮୫୯ କୋଟି ଟଙ୍କାର ନଗଦ ଅଭାବ ରହିଥିବା ଜଣାପଡ଼ିଛି। ଗତବର୍ଷ ବ୍ୟାଙ୍କଗୁଡ଼ିକ ପାଖରେ ଆବଶ୍ୟକତା ଠାରୁ ଅଧିକ ୧୫,୮୫୭ କୋଟି ଟଙ୍କାର ନଗଦ ରାଶି ଥିଲା। ଚଳିତ ବର୍ଷର ଚିତ୍ର କିନ୍ତୁ ଭିନ୍ନ ରହିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ, ଏପ୍ରିଲ୍ ପରଠାରୁ ସରକାରୀ ଖର୍ଚ ଠପ୍ ହୋଇଯାଇଛି। ଏହାର ପ୍ରଭାବରେ ନଗଦ ଅଭାବ ବହୁତ ବଢ଼ିଯାଇଛି। ବ୍ୟାଙ୍କଗୁଡ଼ିକ ପାଖରେ ଆବଶ୍ୟକ ପରିମାଣର ନଗଦ ରାଶି ନଥିବାରୁ ସେମାନେ ଋଣ ସୁଧ ଉପରେ ଅଧିକ ସୁବିଧା ଦେଇପାରୁନାହାନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସୁଧ ହାର କମ୍ କରାଯିବା ପରେ ବ୍ୟାଙ୍କଗୁଡ଼ିକ ଋଣ ସୁଧ କମାଇବେ ବୋଲି ଆଶା କରାଯାଉଥିଲା। ସେଥିରେ ନଗଦ ଅଭାବ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି।
ଗତ ଏପ୍ରିଲ୍ ମାସରେ ଦେଶରେ ନଗଦ ଅଭାବ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଯାଇଥିଲା। ସେହି ସମୟରେ ୧ ଲକ୍ଷ ୪୯ ହଜାର କୋଟି ଟଙ୍କାର ନଗଦ ରାଶି ଅଭାବ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିବା ପରେ ବଜାରରୁ ନଗଦ ଅଭାବ ଦୂର ହୋଇଥିଲା। ଶ୍ରୀ ଘୋଷ କହିଛନ୍ତି ଯେ, ନିର୍ବାଚନ ଶେଷ ହେବା ପରେ ସ୍ଥିତିରେ ସୁଧାର ଆସିବ। ଆସନ୍ତା ଜୁନ୍ ପରେ ସବୁ କିଛି ସ୍ବାଭାବିକ ହୋଇଯିବ।
୪୦ ହଜାର କୋଟିର ନଗଦ ଅଭାବ
/sambad/media/post_attachments/wp-content/uploads/2019/05/Untitled-10-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)