ନୂଆଦିଲ୍ଲୀ : ଆସନ୍ତା ବଜେଟ୍ରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଘୋଷଣା କରାଯିବ। ଏଥି ସହିତ ରେଳବାଇ ପାଇଁ ମୋଟ ବଜେଟ୍ ସହାୟତା ୧.୩୭ ଲକ୍ଷ କୋଟି ଟଙ୍କାରକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ, ୨୦୨୫-୨୬ରୁ ବନ୍ଦେ ଭାରତ ଟ୍ରେନ୍ର ରପ୍ତାନି ଆରମ୍ଭ କରିବା ବିଷୟରେ ରେଳବାଇ ବିଚାର କରୁଥିବା ଜଣାପଡ଼ିଛି। ଚେନ୍ନାଇ କାରଖାନାରେ ତିଆରି ହେଉଥିବା ଟ୍ରେନ୍ଗୁଡ଼ିକୁ ୟୁରୋପ, ଦକ୍ଷିଣ ଆମେରିକା ଏବଂ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ପଠାଯିବ। ଆସନ୍ତା ତିନି ବର୍ଷରେ ୪୭୫ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp