ନୂଆଦିଲ୍ଲୀ: ଦଶହରା, ଦୀପାବଳୀ ଓ ଛଟପୂଜା ପରି ପାଇଁ ଲୋକମାନଙ୍କ ଭିଡକୁ ଦେଖି ଭାରତୀୟ ରେଳ ବିଭାଗ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରେଳ ବିଭାଗ ବିଭିନ୍ନ ରୁଟରୁ ୪୦୦୦ସ୍ୱତନ୍ତ୍ର ଟ୍ରେନ ଚଳାଇବ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ଗତ ବର୍ଷ ରେଳ ବିଭାଗ ଏହି ସମୟରେ ୩୮୦୦ ନୂଆ ଟ୍ରେନ ଚଳାଇଥିଲା, କିନ୍ତୁ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଟ୍ରେନ ସଂଖ୍ୟା ବାଇଇ ଦିଆଯାଇଛି ।
ମନୋଜ ସିହ୍ନା କହିଛନ୍ତି, ନିୟମିତି ଚାଲୁଥିବା ଟ୍ରେନରେ ୯୫୦୦ ଅତିରିକ୍ତ ଡବା ଲଗାଇବାର ମଧ୍ୟ ବ୍ୟବସ୍ଥା କରାଯିବ। ଅନ୍ୟପଟେ ଛଟ ପର୍ବରେ କୋଲକାତା, ଦିଲ୍ଲୀ, ମୁମ୍ବାଇ, ସୁରଟ, ବଡ଼ଦୋରା ଓ ଅହମଦାବାଦରୁ ପୂର୍ବ ଉତ୍ତରପ୍ରଦେଶ ଓ ବିହାର ପାଇଁ ସତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯିବ । ଅଧିକ ଭିଡ଼ ହେଉଥିବାରୁ ବ୍ୟସ୍ତ ସମୟରେ କେବଳ ଯାତ୍ରୀଙ୍କୁ ହିଁ ପ୍ଲାଟଫର୍ମ ଟିକଟ ଦିଆଯିବ । ଅନ୍ୟ ଲୋକଙ୍କ ପାଇଁ ପ୍ଲାଟଫର୍ମ ଟିକଟ ବିକ୍ରି ହେବ ନାହିଁ । ଏହ ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ଷ୍ଟେସନରେ ପଣ୍ଡାଲ ଓ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/cm-students-train_725734e0-9c6e-11e7-a38e-8ee9fe2ac8e7.jpg)