ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୨-୨୩‌ରେ ବିର୍ଲା ‌କର୍ପୋରେସନ ୪୧ କୋଟି ଟଙ୍କାର ଲାଭ କରିଛି। ବଜାରରେ ମାନ୍ଦାବସ୍ଥା ସତ୍ତ୍ବେ କଂପାନିର ସିମେଣ୍ଟ ବିକ୍ରି ୪.୫ ପ୍ରତିଶତ ବୃଦ୍ଧି ପାଇ ୪.୪୪ ନିୟୁତ ଟନ୍ ହୋଇଛି। ସିମେଣ୍ଟ୍‌ ବିଭାଗର ଇବିଆଇଟିଡିଏ ମାର୍ଚ୍ଚ ତ୍ରୈମାସିକରେ ୬୧୫ ଟଙ୍କା ରହିଛି। ନୂତନ ଭାବେ କଂପାନି ଆରମ୍ଭ କରିଥିବା ମୁକୁଟବନ କାରଖାନାକୁ ଏଥିପାଇଁ ବିଚାରକୁ ନିଆଯାଇନାହିଁ। ମହାରାଷ୍ଟ୍ରର ଏହି କାରଖାନାର ଉତ୍ପାଦନ କ୍ଷମତା ବଢ଼ାଇବା କାର୍ଯ୍ୟ ଯୋଜନା ଅନୁସାରେ ଆଗେଇ ଚାଲିଛି।

Advertisment

ମୁକୁଟବନର କ୍ଷମତାକୁ ବ୍ୟବହାର କରିବା ଲାଗି କଂପାନି ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହାର ଉପସ୍ଥିତି ବଢ଼ାଇଛି। ଏହି କାରଖାନା ପାଇଁ କଂପାନିର କ୍ଲିଙ୍କର ଦକ୍ଷତା ଭୌଗୋଳିକ ଦୃଷ୍ଟିରୁ ସନ୍ତୁଳିତ ହୋଇପାରିଛି। ମାର୍ଚ୍ଚ ତ୍ରୈମାସିକରେ କଂପାନିର ରାଜସ୍ବ ୨,୫୧୨ କୋଟି ଟଙ୍କା ରହିଛି ଯାହା ପୂର୍ବବର୍ଷ ତୁଳନାରେ ୭.୬ ପ୍ରତିଶତ ଅଧିକ। ସାରା ବର୍ଷ ପାଇଁ କଂପାନିର ରାଜସ୍ବ ୧୬.୩ ପ୍ରତିଶତ ବଢ଼ିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସିମେଣ୍ଟ୍‌ ଚାହିଦା ପ୍ରାୟ ୯ ପ୍ରତିଶତ ବଢ଼ିବ ବୋଲି ଆଶା କରାଯାଉଛି।