ଓଡ଼ିଶାର ୪୧୪ କୋଟି ଟଙ୍କାର ସଡ଼କ ପ୍ରକଳ୍ପ ମଞ୍ଜୁର

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ସଡ଼କ ସୁଦୃଢ଼ୀକରଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏନ୍‌ଏଚ୍‌-୫୯ରେ ୫୩.୭୯ କିମି ରାସ୍ତାକୁ ସୁଦୃଢ଼ କରାଯିବ ଏବଂ ତାହାକୁ ଚଉଡ଼ା କରି ଦୁଇ ଲେନ୍‌ ବିଶିଷ୍ଟ କରାଯିବ। ଇପିସି ମୋଡ୍‌ରେ ଏହି କାର୍ଯ୍ୟ ହେବ। ଏହି ପ୍ରକଳ୍ପରେ ୨୧୪.୨୩ କୋଟି ଟଙ୍କା ଖର୍ଚ ହେବ। ସେହିପରି ଏନ୍‌ଏଚ୍‌-୪୯ର ୫୬.୬ କିମି ରାସ୍ତାକୁ ମଧ୍ୟ ସୁଦୃଢ଼ କରିବା ସହ ଚଉଡ଼ା କରି ଦୁଇ ଲେନ୍‌ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପରେ ୧୯୯.୧୬ କୋଟି ଟଙ୍କା ଖର୍ଚ ହେବ। ଉଭୟ ପ୍ରକଳ୍ପ ରାସ୍ତାରେ ପେଭଡ୍‌ ସୋଲ୍‌ଡର ରହିବ।

ସମ୍ବନ୍ଧିତ ଖବର