ଡିଜେଲ୍‌ ୮୫ ପାର୍‌, ୮୯ ଟଙ୍କା ମୁହାଁ ପେଟ୍ରୋଲ୍

ଭୁବନେଶ୍ବର: ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୧ରେ ଜାନୁଆରି ୬ ତାରିଖରୁ ଏହି ଦର ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଗତ ପ୍ରାୟ ୪୧ ଦିନ ମଧ୍ୟରେ ୧୫ ଥର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଲାଣି। ଗତ ତିନି ଦିନ ହେଲା ଦର ଲଗାତାର ବୃଦ୍ଧି ପାଇବା ଫଳରେ ଏହା ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଭୁବନେଶ୍ବରରେ ଆଜି ଡିଜେଲ ଦର ପ୍ରଥମ ଥର ପାଇଁ ଲିଟର ପିଛା ୮୫ ଟଙ୍କା ଟପିଯାଇଛି। ଭାରତୀୟ ତୈଳ ନିଗମର ପେଟ୍ରୋଲ ପମ୍ପରେ ଏହାର ଦର ଲିଟର ପିଛା ୮୫ ଟଙ୍କା ୨ ପଇସା ରହିଛି। ସେହିଭଳି ପେଟ୍ରୋଲ ଦର ଭୁବନେଶ୍ବରରେ ଆଜି ୮୮ ଟଙ୍କା ୫୪ ପଇସା ଛୁଇଁବା ସହ ୮୯ ଟଙ୍କା ମୁହାଁ ହେବାରେ ଲାଗିଛି। ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।

ସମ୍ବନ୍ଧିତ ଖବର