ଭୁବନେଶ୍ବର/ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ଓଡ଼ିଶାରେ ୪୨୪୫.୪୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ୩୬୫୧.୬୧ କୋଟି ଟଙ୍କା ତୁଳନାରେ ୧୬.୨୬ ପ୍ରତିଶତ ଅଧିକ। ଏହି ସମୟରେ ସାରା ଦେଶରେ ଜିଏସ୍‌ଟି ସଂଗ୍ରହ ୧.୬୫ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ପଞ୍ଚମ ଥର ପାଇଁ ଦେଶରେ ଗୋଟିଏ ମାସ ଭିତରେ ଏତେ ଅଧିକ ଜିଏସ୍‌ଟି ସଂଗ୍ରହ କରାଯାଇଛି।

Advertisment

ରାଜ୍ୟ ଜିଏସ୍‌ଟି ଓ ବାଣିଜ୍ୟ କର କମିସନରେଟ ତଥ୍ୟ ଅନୁଯାୟୀ ଜୁଲାଇରେ ୧୩୦୦.୩୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ସଂଗ୍ରହ କରାଯାଇଛି। ଏହି ମାସରେ ଜିଏସ୍‌ଟି, ଭାଟ୍‌, ପ୍ରବେଶ ଶୁଳ୍କ ଓ ପ୍ରଫେସନାଲ ଟ୍ୟାକ୍ସ ଆଦି ସବୁ କିଛିକୁ ମିଶାଇ ରାଜ୍ୟରେ ୧୦,୭୭୬.୮୭ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ୨୦୨୨ ଜୁଲାଇରେ ହୋଇଥିବା ୯୫୬୩.୦୧ କୋଟି ଟଙ୍କା ତୁଳନାରେ ଏହା ୧୨.୬୯ ପ୍ରତିଶତ ଅଧିକ। ଏହି ମାସରେ ୨୦.୧୨ ଲକ୍ଷ ଇି-ୱ ବିଲ୍ ସୃଷ୍ଟି କରାଯାଇଛି ଯାହା ଗତବର୍ଷ ତୁଳନାରେ ୨୮.୩୧ ପ୍ରତିଶତ ଅଧିକ। ସାରା ଦେଶରେ ଜୁଲାଇରେ ୨୯,୭୭୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୩୭,୬୨୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି,୮୫,୯୩୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି କରାଯାଇଛି। ଏହି ମାସରେ ୧୧,୭୭୯ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି। ଆଗକୁ ଉତ୍ସବ ଋତୁ ଆସୁଥିବାରୁ ଲୋକମାନେ ଘର, ଗାଡ଼ି, ଛୁଟି ଦିନ କଟାଇବା ଆଦିରେ ଖର୍ଚ୍ଚ କରିବେ। ତାହାର ପ୍ରଭାବରେ ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ଜିଏସ୍‌ଟି ସଂଗ୍ରହ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।