ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୂରସଂଚାର ସେବା ପ୍ରଦାନକାରୀ ଏୟାରଟେଲ୍ ପକ୍ଷରୁ ୨୦୧୮-୧୯ରେ ରାଜ୍ୟରେ ୪୪୦୦ଟି ନୂଆ ଟାଓ୍ଵାର ସ୍ଥାପନ କରାଯିବ। ଏଥି ସହିତ କଂପାନି ୧୫୦୦ କିଲୋମିଟରର ଅପ୍ଟିକାଲ୍ ଫାଇବର୍ ବିଛାଇବ। ପ୍ରତି ଦୁଇ ଘଣ୍ଟାରେ କଂପାନି ଗୋଟିଏ ଲେଖାଏଁ ନୂଆ ସାଇଟ୍ ନିଜ ନେଟ୍ଓ୍ଵର୍କର ସାମିଲ କରିବ। କଂପାନିର ସମ୍ପ୍ରସାରଣ ଯୋଜନା ବିଷୟରେ ସୂଚନା ଦେଇ ଏୟାରଟେଲ୍ର ଓଡ଼ିଶାର ସିଓଓ ସିଦ୍ଧାର୍ଥ ମୋତିଓ୍ଵାଲେ କହିଛନ୍ତି ଯେ, ୨୦୧୭-୧୮ରେ ଆମେ ୩୬୦୦ ନୂଆ ସାଇଟ୍ ଓ ୫୦୦ କିଲୋମିଟର୍ର ଅପ୍ଟିକାଲ୍ ଫାଇବର୍ ଆମ ନେଟ୍ଓ୍ଵର୍କରେ ସାମିଲ କରିଥିଲୁ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ଆମର ସାଇଟ୍ ସଂଖ୍ୟା ୧୫,୬୦୦ ଓ ଅପ୍ଟିକାଲ୍ ଫାଇବର୍ ପରିମାଣ ୯୫୦୦ କିଲୋମିଟର୍ରେ ପହଞ୍ଚିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ କଂପାନିର ୧.୨ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ଭୋଲ୍ଟି ସେବା ଆରମ୍ଭ କରିବା ପରେ କଂପାନିର ଗ୍ରାହକ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ବୋଲି ସେ କହିଛନ୍ତି।
ରାଜ୍ୟରେ ୪୪୦୦ ନୂଆ ଟାଓ୍ଵାର ବସାଇବ ଏୟାରଟେଲ୍
/sambad/media/post_attachments/wp-content/uploads/2018/07/DSC07404-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)